Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

କୁଲଡ଼ିହା ଜଂଗଲରେ ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

18/05/2019 at 1:11 PM

ନୀଳଗିରି୧୮|୫: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଥିବା କୁଲଡ଼ିହା ଅଭୟରଣ୍ୟରେ କୁଲଡ଼ିହା ବିଟରେ କାର୍ଯ୍ୟରତ ସବୁଜବାହିନୀର କର୍ମକର୍ତ୍ତା ପୁର୍ଣ୍ଣଚନ୍ଦ୍ର ରାଉତ ଗୟଳ ଆକ୍ରମଣରେ ଗୁରୁତର ହୋଇଛନ୍ତି।

ଆଜି ସକାଳୁ ସେ କୁଲଡ଼ିହା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁଙ୍କ ସହ ସାଗୁଅନ ବାଡ଼ି ରେ ଡିୟୁଟି କରୁଥିବା ବେଳେ ପାଖରେ  ୫ଟି ଗୟଳ ଚରୁଥିଲେ। ଏକ ବିରାଟକାୟ ଅଣ୍ଡିରା ଗୟଳ ପୂର୍ଣ୍ଣଚନ୍ଦ୍ରଙ୍କୁ ହଠାତ ଆକ୍ରମଣ କରିବାକୁ ଗୋଡ଼ାଇଥିଲା।ଫଳରେ ପୁର୍ଣ୍ଣଚନ୍ଦ୍ର ଦୌଡିପଳାଇବାକୁ ଚେଷ୍ଠା କରୁଥିବାବେଳେ ତଳେ ପଡିଯିବାରୁ ତାଙ୍କୁ ଗୟଳଟି ଅତର୍କିତ ଆକ୍ରମଣ କରିଥିଲା।ଶିଙ୍ଗରେ ଶରୀର ର ବିଭିନ୍ନ ସ୍ଥାନରେ ଚିରି ପକାଇଥିବା ବେଳେ ପାଖରେ ଥିବା ଫରେଷ୍ଟର ଶ୍ରୀ ଭୂୟାଁ ଯେତେ ଘଉଡାଇଲେ ବି ସେ ନଯାଇ ଅତି  ହିଂସ୍ରଭାବେ ଆକ୍ରମଣ କରିଚାଲିଥିଲା।

ଫରେଷ୍ଟର ଜଣକ କୁଲଡ଼ିହା ଅଫିସକୁ ଦୌଡ଼ି ଆସି ଅନ୍ୟ ଵନକର୍ମଚାରୀଙ୍କୁ ନେଇ ଗଲାପରେ ଗୟଳଟି ପୂର୍ଣ୍ଣଙ୍କୁ ଛାଡି ପଳାଇଥିଲା।ଗୁରୁତର ପୂର୍ଣଚନ୍ଦ୍ରଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି।ତାଙ୍କର ସ୍ୱାସ୍ଥ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

   Related Posts