ପାଟ୍ରୋଲିଂ ବେଳେ ଗୁଳିମାଡ କଲେ ଦୁର୍ବୃତ୍ତ, ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ

Published By : Prameya-News7 Bureau | May 22, 2021 IST

ବଲାଙ୍ଗୀର ୨୨।୫: ବଲାଙ୍ଗୀରରେ ବନକର୍ମଚାରୀଙ୍କୁ ଗୁଳି ମାଡ଼ । ସଇଁତଳା ରେଞ୍ଜ କରମତଲା ଫରେଷ୍ଟ ସର୍କଲ ରେଙ୍ଗାଲବାହାଲ ଚାରି ଛକ ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣଙ୍କ ହେଉଛନ୍ତି ଯୁଗେଶ୍ବର ବୁଡେକ୍ । ଯୁଗେଶ୍ବରଙ୍କ ଛାତିରେ ଗୁଳି ବାଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

{"id":455595,"width":840,"height":462,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ୮ଟା ସମୟରେ ବନ ବିଭାଗ ପକ୍ଷରୁ  ଫରେଷ୍ଟର   ଓ  ଜଣେ  ପାରା ଗାଡି ପାଟ୍ରୋଲିଂ କରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ  ବାରହା ମରା ବନ୍ଧୁକରେ  ଗୁଳି କରିଥିଲେ । ଫଳରେ ବନକର୍ମଚାରୀ ଯୁଗେଶ୍ବର ବୁଡେକ୍ ଙ୍କର ମୃତ୍ୟୁ ହୋଇଛି । ଏନେଇ  ପୋଲିସ  ଜଣକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ବଲାଙ୍ଗୀର ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.