ପାରମ୍ପରିକ ଅଖଣ୍ଡ ଶିକାର ପାଇଁ ଆଦିବାସୀଙ୍କ ସଜବାଜ; ଜନ୍ତୁ ଶିକାର ରୋକିବା ପାଇଁ ବନବିଭାଗର ପାଟ୍ରୋଲିଂ

Published By : Prameya-News7 Bureau | January 13, 2019 IST

ନୀଳଗିରି ୧୩/୧ : ଆଗକୁ ମକର ସଂକ୍ରାନ୍ତି | ପାରମ୍ପରିକ ଅଖଣ୍ଡ ଶିକାର ପାଇଁ ସଜବାଜ ହେଉଛନ୍ତି ଆଦିବାସୀ | ଜଣାଯାଇଛି।ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମକର ପାଇଁ କୁଲଡିହା ଅଭୟାରଣ୍ୟ ସୀମାନ୍ତ ଗ୍ରାମଗୁଡିକରେ  ଶିକାରୀ ମାନେ କୁଲଡିହା ଅଭୟାରଣ୍ୟ ଭିତରକୁ ଅଖଣ୍ଡ ଶିକାର କରିବାକୁ ଯାଇଥାନ୍ତି | ବନ୍ୟଜନ୍ତୁ ଶିକାର କରି ତାର ମାଂସକୁ ମକରରେ ଭୋଜି କରି ଖାଇବାର ଆଦିବାସୀ ଗ୍ରାମଗୁଡିକରେ ପରମ୍ପରା ରହିଥିବା କୁହାଯାଏ | ଏଥିପାଇଁ ବାଲେଶ୍ୱର, ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ଜନ୍ତୁ ଶିକାର ଭୟ ଦେଖାଦେଇଛି | ବନ୍ୟଜନ୍ତୁ ଶିକାର କରି ତାର ମାଂସକୁ ଖାଇବାର ଆଦିବାସୀ ଗ୍ରାମବାସୀଙ୍କ ପରମ୍ପରା ରହିଛି | ଏଭଳି ସ୍ଥିତିରେ ଗ୍ରାମବାସୀଙ୍କୁ ସଚେତନ କରେଇବା ଏବଂ ଅଖଣ୍ଡ ଶିକାର ରୋକିବା ପାଇଁ କୁଲଡ଼ିହା ଏସସିଏଫ ଲକ୍ଷ୍ମଣ ପ୍ରଧାନଙ୍କ ନେତୃତ୍ୱରେ କୁଲଡ଼ିହା ଏବଂ ପଉପଦା ବନବିଭାଗର ଶତାଧିକ ବନ କର୍ମଚାରୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି | ଅଭୟାରଣ୍ୟ ଚାରିପଟେ ଦିନରାତି ଏକ କରି କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.