ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା, ଜରୁରୀ ନଥିଲେ ଛୁଟି ନେଇ ପାରିବେ ନାହିଁ

Published By : Prameya-News7 Bureau | March 10, 2021 IST

ଭୁବନେଶ୍ୱର, ୧୦/୦୩: ରାଜ୍ୟରେ ବନ ବିଭାଗ କର୍ମଚାରୀ ତଥା ଫିଲ୍ଡରେ କାମ କରୁଥିବା କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା । ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ଏଭଳି ପଦକ୍ଷେପ ନେଇଛି ଜଙ୍ଗଲ ବିଭାଗ । ଅତି ଜରୁରୀ କାମ ନଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ । ଯଦି ଅତି ଆବଶ୍ୟକ ପଡ଼େ ତେବେ ପିସିସିଏଫ୍‌ଙ୍କ ପାଖରେ ଆବେଦନ କରି କର୍ମଚାରୀ ଛୁଟି ନେଇ ପାରିବେ ବୋଲି ସୂଚନା ମିଳିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ହୁତୁ ହୁତୁ ହୋଇ ଜଙ୍ଗଲ ଜଳୁଥିବା ବେଳେ ଏଯାବତ୍ ନିଆଁ ଆୟତ୍ତ ହୋଇପାରିନି । କିଏ ନିଆଁ ଲଗାଇଛି କାହିଁକି ଲଗାଇଛି ଜଣାପଡିନଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣିପାରିନି ବନ ବିଭାଗ କି ଅଗ୍ନିଶମ ବିଭାଗ ।

ରାଜ୍ୟବ୍ୟାପୀ ଜଙ୍ଗଲ ବିଭାଗକୁ ଏନେଇ କଡ଼ା ସମାଲୋଚନା କରାଯାଇଥିବା ବେଳେ ସରକାରଙ୍କ ପାରିବା ପଣିଆ ଉପରେ ଲେକେ ପ୍ରଶ୍ନ ଉଠାଇଛନ୍ତି । ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ଏବେବି ନିଆଁ ଲାଗି ରହିଥିବା ଜଣାପଡ଼ିଛି । ଏହି ଜଙ୍ଗଲ ନିଆଁକୁ ନେଇ ବିଭିନ୍ନ ଜିଲ୍ଲାର ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କେମିତି ନିଆଁକୁ ଆୟତ୍ତ କରାଯିବ ତାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.