୧୨ଦିନ ଧରି ଜଳୁଛି ତେଲକୋଇ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ

Published By : Prameya-News7 Bureau | March 12, 2021 IST

ତେଲକୋଇ ୧୨।୩: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଦୁଇଟି ସଂରକ୍ଷିତ ଜଙ୍ଗଲରେ ପୁଣି ନିଆଁ ଲାଗିଛି । ନିଆଁର ପ୍ରକୋପ ଥମିବାର ନା ଧରୁନି । ୧୨ଦିନ ଧରି ତେଲକୋଇ ରେଞ୍ଜର ବେଣାମୁଣ୍ଡା, ଶିଖେଶ୍ବରୀ, ସମାକୋଇ, କଳାପାଟ, ସଂରକ୍ଷିତ ଜଙ୍ଗଲ ବିଭିନ୍ନ ସ୍ଥାନରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି  । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପିବାରେ ଲାଗିଛି । ଦିନରାତି ସଂରକ୍ଷିତ ଜଙ୍ଗଲରେ ନିଆଁ ଜଳୁଛି ।

{"id":421615,"sizeSlug":"large","linkDestination":"none"}

କରଦାଙ୍ଗି ପଞ୍ଚାୟତ ଶିଖେଶ୍ବରୀ ସଂରକ୍ଷିତ ଜଙ୍ଗଲର ମାଙ୍କଡ଼ ଚୁଆ ଆମ୍ବତଇଲା, କ୍ଷେତ୍ରାମୁଣ୍ଡା ଗାଁ ପାଖ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବିମଳା ଫରେଷ୍ଟ ବିଟର ବେଣାମୁଣ୍ଡା ସଂରକ୍ଷିତ ଜଙ୍ଗଲର ୧୩୦୦ ହେକ୍ଟର ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି । ହୁତୁ ହୁତୁ ହୋଇ ନିଆଁ ଜଳିବା ଫଳରେ ପୋଡି ଯାଉଛି ଶାଳ ପିଆଶାଳ ଜଙ୍ଗଲ । ବନ ସୁରକ୍ଷା ସମିତି ସାହାଯ୍ୟରେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରାଯାଉଛି । ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ବାରହା, ସମ୍ବର, ହରିଣ, ମାଙ୍କଡ଼ ଠେକୁଆ ଭଳି ଅନେକ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି । ସେମାନଙ୍କ ଜୀବନ ବିପଦ ପଡିବାର ଆଶଙ୍କା ଦେଖାଦେଇଛି ।

{"id":421616,"sizeSlug":"large","linkDestination":"none"}

ଜଙ୍ଗଲରେ ନିଆଁ ଲିଭୁନଥିବା ସହିତ ଅଧିକରୁ ଅଧିକ ଜଙ୍ଗଲ ନିଆଁର ପ୍ରକୋପ ମଧ୍ୟକୁ ଆସୁଥିବାରୁ ବନ ବିଭାଗ ଏବେ ତେଲକୋଇ ରେଞ୍ଜର ୧୨୭ଟି ବନ ସୁରକ୍ଷା ସମିତିରୁ ୨୭ଟି ବନ ସୁରକ୍ଷା ସମିତିର ସାହାଯ୍ୟ ଲୋଡିଥିବା ଜଣାପଡିଛି । ତେଲକୋଇ ବନାଞ୍ଚଳରେ ୩୪ ହଜାର ହେକ୍ଟରରୁ ଉର୍ଦ୍ଧ୍ବ  ଜଙ୍ଗଲ ଏବେ ନିଆଁର ମୁହଁରେ ରହିଛି । ଅଧିକରୁ ଅଧିକ ଭୟଙ୍କର ରୂପ ଧାରଣ କରୁଛି ବନାଗ୍ନି  ଯାହାକୁ ନେଇ ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.