ଚୋରା ଚାଲାଣ ପାଇଁ ରଖିଥିଲେ ଶାଳ କାଠ, ଚଢ଼ାଉ କଲା ବନ ବିଭାଗ, ୫୦ ହଜାର ଟଙ୍କାର ଚୌକାଠ ଜବତ

Published By : Prameya-News7 Bureau | October 03, 2021 IST

ପାଟଣା, ୦୩/୧୦: କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ପକ୍ଷରୁ ରବିବାର ତୋଣ୍ଡ ବିଟ୍ ଘାଟ ବାଲିଯୋଡି ଗାଁ ନିକଟରେ ଥିବା ହୁଡ଼ିରୁ ୩୮ ଖଣ୍ଡ ଶାଳ ଚୌକାଠ ଜବତ କରାଯାଇଛି । ଜବତ ଶାଳ ଚୌକାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କାଠ ମାଫିଆ ଚୌକାଠ କାଟି ଚୋରା ଚାଲାଣ କରିବା ପାଇଁ ରଖିଥିବା  କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା । ଏନେଇ ଚଢ଼ାଉ କରି ଚୌକାଠ ଗୁଡ଼ିକୁ ଜବତ କରିଛି ବିଭାଗ । ଏହି ଚଢ଼ାଉରେ ରେଞ୍ଜର ଟିକେଶ୍ୱର ମହାନ୍ତ, ବନପାଳ ସନାତନ ମିଶ୍ର, ବନରକ୍ଷୀ  ପ୍ରଯୁକ୍ତା ଜେନା ଓ ତ୍ରିନାଥ ଜେନାଙ୍କ ସହ ପାରା ସ୍କ୍ୱାର୍ଡ ପ୍ରମୁଖ  ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.