ଚୋରା ଚାଲାଣ ପାଇଁ ଘର ଭିତରେ ଗଚ୍ଛିତ ଥିଲା ଶାଳ ଚୌକାଠ, ଜବତ କଲା ବନ ବିଭାଗ

Published By : Prameya-News7 Bureau | October 05, 2021 IST

ପାଟଣା, ୦୫।୧୦: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ବିଟ୍ ଘାଟ ବାଲିଯୋଡି ଗାଁର ନରେନ୍ଦ୍ର ମହାନ୍ତଙ୍କ ଘର ପଛପଟ ବାଡ଼ିରୁ ବନ ବିଭାଗ ୩୮ ଖଣ୍ଡଶାଳ ଚୌକାଠ ଜବତ କରିଛି । ଜବତ ଶାଳ ଚୌକାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଏ,ସି,ଏଫ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କାଠ ମାଫିଆ ଚୌକାଠ କାଟି ଚୋରା ଚାଲାଣ କରିବା ପାଇଁ ରଖିଥିବା ବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଏସି,ଏଫ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ପାଟଣା ବନ ବିଭାଗ ଚଢ଼ାଉ କରି କାଠକୁ ଜବତ କରିଛି । ଏହି ଚଢ଼ାଉରେ ଏସିଏଫ ଅଜୟ କୁମାର ସାହୁ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ଫୋରେଷ୍ଟର ସୁନିତା ବାଘେଲ, ଜୋସ୍ନାରାଣୀ ବେହେରା, ସନାତନ ମିଶ୍ର, ବନରକ୍ଷୀ ପ୍ରଯୁକ୍ତା ଜେନାଙ୍କ ସହ ମୋବାଇଲ ସ୍କ୍ୱାର୍ଡ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.