ଶାଗୁଆନ କାଠ ଥିବା ଖବର ପାଇଗଲା ବନ ବିଭାଗ, କଲା ଅଚାନକ ଚଢ଼ାଉ, ତାପରେ...

Published By : Prameya-News7 Bureau | April 02, 2021 IST

ଗଞ୍ଜାମ, ୦୨/୦୪: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ନୁଆଗାଁରେ ବନ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣରେ ଶାଗୁଆନ କାଠ ଗଣ୍ଡି ଓ ପଟା ଜବତ କରାଯାଇଛି । ଏକ ଘର ମଧ୍ୟରେ କାଠ ଥିବା ଖବର ପାଇ ବନ ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି ।

ବିଶେଷ ସୂତ୍ରରୁ ଖବର ପାଇବା ପରେ ବନ ବିଭାଗର ଚାରି ଗୋଟି ଟିମ୍ କାଠ ଏବଂ ପଟା ରଖାଯାଇଥିବା ସ୍ଥାନରେ ଚଢ଼ାଉ କରିଥିଲେ । ସେଠାରେ ଜମା କରି ରଖାଯାଇଥିବା କାଠ ଜବତ  କରାଯାଇ ଟ୍ରାକ୍ଟର ଯୋଗେ ଚିକିଟି ବନ ବିଭାଗ ବିଟ୍ ହାଉସକୁ ନିଆଯାଇ ଥିଲା । ଏହି ସଂକ୍ରାନ୍ତରେ ବନ ବିଭାଗ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ଜବତ କାଠର ଆନୁମାନିକ ମୂଲ୍ୟ  ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.