କାବୁ ହେଲା ଉତ୍ପାତିଆ ମାଙ୍କଡ଼, ଅନେକ ବ୍ୟକ୍ତିଙ୍କୁ କରିଥିଲା ଲହୁଲୁହାଣ

Published By : Prameya-News7 Bureau | July 16, 2020 IST

ନବରଙ୍ଗପୁର ୧୬।୦୭: ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆସିଥିଲା ଏକ ମାଙ୍କଡ଼ । ତେବେ ଖାଦ୍ୟ ପାଇଁ ଆସି ଜନ ଗହଳି ଦେଖି ଉତ୍ୟକ୍ତ ହୋଇଯାଇଥିଲା ମାଙ୍କଡ଼ଟି । ମଣିଷକୁ ଦେଖିଲେ କରିଥିଲା ଆକ୍ରମଣ । ଯାହା ଫଳରେ ଗତକିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡକୁ ଶେଷରେ ଆଜି କାବୁ କରିଛି ବନ ବିଭାଗ ।

{"id":301075,"sizeSlug":"large"}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଗତ କିଛି ଦିନ ଧରି ଏକ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହି ମାଙ୍କଡ଼ ଆକ୍ରମଣର ଶୀକାର ହୋଇ କ୍ଷତ ବିକ୍ଷତ ହୋଇ ଚିକିତ୍ସିତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ର କୌଣସି କ୍ଷତି ନଘଟାଇ ଏବଂ ଅନେକ ଥର ଘୋଡାଇବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଅନେକ ଚେଷ୍ଟା ପରେ ବି ଲୋକମାନେ ମାଙ୍କଡ଼କୁ ଘଉଡେଇଥିଲେ । କିନ୍ତୁ ଲୋକେମାନେ  ଓଲଟି ମାଙ୍କଡ଼ର ଆକ୍ରମଣର ଶିକାର ହୋଇଥିଲେ ।

{"id":301076,"sizeSlug":"large"}

ମାଙ୍କଡ଼ ଘରେ ପଶି ବଡ଼ ଲୋକ ଙ୍କ ସହ ଛୋଟ ଛୁଆ ଆକ୍ରମଣର ଶିକାର ହେବେ ଭାବି ଘରର କବାଟ ବନ୍ଦ କରିଦେଉଥିଲେ ଲୋକେ ।  ଶେଷରେ  ବାଧ୍ୟ ହୋଇ  ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗକୁ  ଖବର ଦେଇଥିଲେ ଅଞ୍ଚଳ ବାସୀ ।

{"id":301077,"sizeSlug":"large"}

ଖବର ପାଇ  ବନବିଭାଗର  ବନ୍ୟ ଜନ୍ତୁ ଉଦ୍ଧାରକାରି ଦଳର  କର୍ମଚାରୀ ମାନେ ଯନ୍ତା ପକାଇବା  ସହ ମାଙ୍କଡ଼କୁ କାବୁ କରିବା ପାଇଁ ଅପେକ୍ଷା କରିଥିଲେ । ଅନେକ ଛକା ପଞ୍ଝା ପରେ ଶେଷରେ ଧରିପଡ଼ିଛି ମାଙ୍କଡ଼ । ଅପ୍ରାଣ ଚେଷ୍ଟା ପରେ ମାଙ୍କଡ଼କୁ ବନ ବିଭାଗ କାବୁ କରିବା ସହ ଏକ ଅଜଣା ସ୍ଥାନରେ ରଖିଛି ।

{"id":301078,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.