ବେଆଇନ କରତକଳରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

Published By : Prameya-News7 Bureau | July 21, 2020 IST

ସୋର ୨୧।୦୭: ବେଆଇନ୍‌ କରତକଳ ଉପରେ ବନିବଭାଗର ଚଢାଉ ।  ବାଲେଶ୍ୱର ଜିଲ୍ଲା ବାଳଙ୍ଗରେ ଥିବା  ବେଆଇନ କରତକଳ ଉପରେ ବନ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ଯନ୍ତ୍ରାଂଶ ଜବତ ହୋଇଛି ।

{"id":303377,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ କରତକଳ ଚାଲିରହିଥିଲା । ବାଲେଶ୍ୱର ଜିଲ୍ଲା ସୋର ଥାନା ଡିଏଫଓ ବିଶ୍ବାସ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ରଶ୍ମିରଞ୍ଜନ ସ୍ୱାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ସହାୟତାରେ ଚଢାଉ ଜାରି ରହିଛି। ବନ ବିଭାଗ ଲକ୍ଷାଧିକ ଟଙ୍କାର ଅର୍ଜୁନ, ଆକାଶ ଓ ଶିରିଶ କାଠ ଓ କାଠ କଟା ଯନ୍ତ୍ରାଂଶ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.