Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବେଧଡକ ଚାଲିଥିଲା ଶାଗୁଆନ୍ କାଠର ଚୋରା କାରବାର, ଲକ୍ଷାଧିକ ଟଙ୍କାର କାଠ ଜବତ କଲା ବନବିଭାଗ

23/12/2020 at 11:39 AM

ସାଲେପୁର ୨୩।୧୨ : ବିପୁଳ ପରିମାଣର ଶାଗୁଆନ୍‌ କାଠ ଜବତ । ଡାଲିଯୋଡ଼ା ରେଞ୍ଜ ସଫା ସେକ୍ସନ ବିଶାନାକାଣ୍ଡି ପିଏଫ୍‌ ଜଙ୍ଗଳରୁ ବେଆଇନ୍ ଭାବେ ଶାଗୁଆନ କାଠ ଚୋରା ଚାଲାଣ ବେଳେ ଧରିଲା ବନବିଭାଗ ।  

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ବେଆଇନ୍ ଭାବେ ଶାଗୁଆନ୍‌ କାଠ କଟା ହୋଇ ଚୋରା ଚାଲାଣ ହେଉଥିଲା । ଯାହାରା ଖବର ବନବିଭାଗ ନିକଟରେ ପହଞ୍ଚିଥିଲା । ଏହାପରେ ବନବିଭାଗ ପକ୍ଷରୁ ଚୋରାଚାଲଣ ଉପରେ କଡ଼ା ନଜର ରଖାଯାଇଥିଲା । ଜଙ୍ଗଲରୁ ସଦ୍ୟ ଭାବେ କଟା ଯାଇଥିବା କିଛି ଶାଗୁଆନ କାଠକୁ ଲୁଚାଯାଇଥିବା ବନ ବିଭାଗକୁ ବିଶେଷ ସୂତ୍ରରୁ ଖବର ପାଇ ପାଇଥିଲେ । ଏହାପରେ ରେଞ୍ଜର ଅଭିରାମ ଜେନା,ବନପାଳ ଚନ୍ଦ୍ରଶେଖର ଦାସ ଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ଶାଗୁଆନ କାଠ ଗୁଡିକୁ ଜବତ କରିଥିଲେ। ଯାହାର ଆନୁମାନିକ ମୁଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଜମାପଡିଛନ୍ତି । ଜବତ କାଠ ଏକ ଗାଡି ସାହାଯ୍ୟରେ ଭଗତପୁର ସ୍ଥିତ ବନପାଳ କାର୍ଯ୍ୟାଳୟ ଆଣିଥିବା ବେଳେ ଏହାର ତଦନ୍ତ ଚାଲୁ ରହିଛି ବୋଲି ରେଞ୍ଜର ଶ୍ରୀ ଜେନା ସୂଚନା ଦେଇଛନ୍ତି।

   Related Posts