ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

Published By : Prameya-News7 Bureau | November 10, 2020 IST

ବାଲିପାଟଣା ୧୦।୧୧: ବେଆଇନ୍‌ କରତକଳ ଉପରେ ଚଢାଉ । ବାଲିପାଟଣା ଥାନହରା ଛକ ଏବଂ ଡେଙ୍ଗ ଗାଁ ନିକଟରେ ଥିବା କରତକଳ ଉପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛଇ । ଅନେକ ଯନ୍ତ୍ରାଂଶ ଜବତ ।

{"id":359147,"sizeSlug":"large"}

ଖବର ଅନୁଯାୟୀ, ବେଆଇନ୍‌ ଭାବେ ଏହି ଅଞ୍ଚଳରେ କରତକଳ ଚାଲିଥିଲା । ଏହାର ଖବର ପାଇ  ବାଲିପାଟଣା ଧାନହରା ଛକରେ ଥିବା ଏକ ବେଆଇନ୍ କରତକଳ ଉପରେ ଚଢାଉ କରାଯାଇଛି । ବେଆଇନ୍ କରତକଳରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରାଶଂ ସହ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଛି । ଏହା ସହ ଦୁଇଟି ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି  । ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.