ଘରେ ରଖିଥିଲେ ଶାଗୁଆନ କାଠ, ଚଢ଼ାଉ କଲା ପୋଲିସ୍‌, ଜଣେ ଗିରଫ

Published By : Prameya-News7 Bureau | December 02, 2021 IST

ଟିଟିଲାଗଡ଼, ୦୨/୧୨: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ବଡମାଲ ଫାଣ୍ଡି ଓ ଟିଟିଲାଗଡ଼ ରେଞ୍ଜ ଅନ୍ତର୍ଗତ ବଡମାଲ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଫପସି ଗ୍ରାମର ଇବ୍ରାହେମ ଖାନ (ବୟସ-୫୫)ଙ୍କ ଘରେ ପୋଲିସ ଓ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କ ଘରୁ ୬୪ ଖଣ୍ଡ ଶାଗୁଆନ ପଟ୍ଟା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

ଫରେଷ୍ଟର ପ୍ରୀୟଙ୍କା ପୋଢଙ୍କ କହିବା ଅନୁସାରେ ଜବତ କାଠର ଆନୁମାନିକ ମୂଲ୍ୟ ୬୦-୭୦ ହଜାର ହେବ। ତେବେ ଫପସି ଅଂଚଳରେ ଦୀର୍ଘ ବର୍ଷରୁ ବେଆଇନ ଭାବରେ କାଠ ମାଫିଆମାନେ ରାଜ କରୁଥିବା ବେଳେ ବିଳମ୍ବରେ ହେଲେ ସୁଦ୍ଧା ବନ ବିଭାଗ ଧରିବାରେ ସଫଳ ହେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.