ବନ ବିଭାଗର ଚଢ଼ାଉ, ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ କାଠ ଜବତ, କାଜୁ ଫ୍ୟାକ୍ଟ୍ରି ମାଲିକ ଗିରଫ

Published By : Prameya-News7 Bureau | June 03, 2021 IST

ପାଟଣା, ୦୩/୦୬: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି । ସୂଚନା ଅନୁସାରେ ତେଣ୍ଡେରା କାଜୁ ଫ୍ୟାକ୍ଟ୍ରିରେ ୧ ଶହ ପିସ୍‌ ଶାଗୁଆନ ପଟା ୪୦ ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରାଯାଇଛି ।

କାଜୁ ଫ୍ୟାକ୍ଟ୍ରି ମାଲିକ ମୟୁରଭଞ୍ଜ କରଞ୍ଜିଆର ମନୋଜ ବର୍ମାକୁ ଗିରଫ କରିଛି ବନ ବିଭାଗ । ଗିରଫ ପରେ କୋଭିଡ ନିୟମ ଅନୁଯାୟୀ ବେଲ ବଣ୍ଡରେ ଛଡା ଯାଇଥିବା ଜଣା ପଡ଼ିଛି । ଏଥି ସହ ପ୍ରଧାନପଡା ଗ୍ରାମ ଜଙ୍ଗଲରେ ମାଫିଆମାନେ କାଟି ରଖିଥିବା ୬ ପିସ ଶାଳ ଗଣ୍ଡି ଜବତ କରାଯାଇଛି । ସେହିପରି ତୋଣ୍ଡ ଗ୍ରାମରୁ ଶାଗୁଆନ ଓ ଶାଳ ଗଛ କାଟି ଆଣି ଭୋଳପଡା ଗ୍ରାମର ଏକ ଘର ସମ୍ମୁଖରୁ ୪ ଟି ଶାଗୁଆନ ଗଣ୍ଡି  ଏବଂ ଦୁଇ ପିସ ଶାଳ ଗଣ୍ଡି ଜବତ ହୋଇଛି ।

ଚଢ଼ାଉରେ ପାଟଣା ପୋଲିସ ସମେତ ଏ.ସି. ଏଫ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, ଫରେଷ୍ଟର ମୋହିନୀ ମହାନ୍ତ, ଅମୂଲ୍ୟ ସେନାପତି ସାମିଲ ଥିଲେ । ଜବତ କାଠର ଆନୁ ମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପାଟଣା ରେଞ୍ଜର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.