Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କପିଳାଶ ଅଭୟାରଣ୍ୟରୁ ଦୁଇ ଶିକାରୀଗିରଫ, ବନ୍ଧୁକ ଓ ବାଇକ ସହ ୧୦କେଜି ହରିଣ ମାଂସ ଜବତ

2/05/2021 at 9:14 PM

ଢେଙ୍କାନାଳ, ୦୨/୦୪: ଶିକାର କରିବାକୁ ଯାଇ ଦୁଇ ଶିକାରୀ କାବୁ ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡର କପିଳାଶ ଅଭୟରଣ୍ୟରୁ ଏହି ଦୁଇ ଶିକାରୀଙ୍କୁ ବନବିଭାଗ ଧରି ଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ , ବାଇକ ଓ ୧୦କେଜି ହରିଣ ମାଂସ ବନ କର୍ମଚାରୀ ମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ କପିଳାଶ ବନକର୍ମଚାରୀ ମାନେ ଆଜି କପିଳାଶ ଅଭୟାରଣ୍ୟର କମ୍ପାର୍ଟମେଣ୍ଟ୍‌ ୧୦ ଅଂଚଳରେ ଅଚାନକ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ହରିଣ ଶିକାର କରି ମାଂସ କାଟି ବିକ୍ରି କରିବାକୁ ନେଉଥିବା ଦୁଇ ଜଣ ଶିକାରୀଙ୍କୁ କାବୁ କରିଥିଲେ ।

ଧରା ପଡ଼ିଥିବା ଶିକାରୀ ଦୁଇଜଣ ଗଁନ୍ଦିଆ ଥାନା ଅନ୍ତର୍ଗତ ଆରୁଁଆ ଗ୍ରାମର ରବି ନାରାୟଣ ବେହେରା ଓ ରଜତ ବେହେରା ବୋଲି ଜଣାପଡିଛି । ତାଙ୍କଠାରୁ ବନ କର୍ମଚାରୀମାନେ ଗୋଟିଏ ବନ୍ଧୁକ, ବାଇକ ଓ ମାଂସ କଟା ଚାପଡ଼ ଜବତ କରିଥିବା ବେଳେ ୧୦କେଜି ହରିଣ ମାଂସ ଉଦ୍ଧାର କରିଛି । ବନବିଭାଗ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

   Related Posts