ତାରବାଡ ଭାଙ୍ଗି ଜଙ୍ଗଲ ଭିତରେ କାଟୁଥିଲେ ମୂଲ୍ୟବାନ ଗଛ, ପହଞ୍ଚିଗଲା ବାନ ବିଭାଗ, ତାପରେ...

Published By : Prameya-News7 Bureau | November 09, 2021 IST

ଆନନ୍ଦପୁର, ୦୯/୧୧: ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ୩ ଜଣ ଗିରଫ । ହରିଣ ସୁରକ୍ଷାପାଇଁ ଲଗାଯାଇଥିବା ତାରବାଡକୁ କାଟି ଜଙ୍ଗଲ ଭିତରେ ମୁଲ୍ଯବାନ୍ ଗଛ କାଟୁଥିବା ଅବସ୍ଥାରେ ୩ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଆଜି ସକାଳୁ ବନାଞ୍ଚଳରେ ପେଟ୍ରଲିଂ ଟିମ୍ ଡିଏଫଓଙ୍କ ଠାରୁ ଖବରପାଇ ଅଚାନକ ଚଢ଼ାଉ କରିବାରୁ ଅଭିଯୁକ୍ତମାନେ ଖସିଯାବାର ସୁଯୋଗ ପାଇନଥିଲେ ।

ଚଢାଉ ସମୟରେ ସେମାନଙ୍କ ନିକଟରୁ ଗଛ କଟାରେ ବ୍ଯବହୃତ ଯନ୍ତ୍ରପାତି ସହ କାଟିଥିବା ଗଛକୁ ଜବତ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଅଳତି ଗ୍ରାମର ପିତାମ୍ବର ରାଉଳ, ନିରାକାର ରାଉଳ ଓ ପଦନପୁର ଗ୍ରାମର ପ୍ରଦୀପ ନାହକ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ବନପାଳ ମଳୟ କୁମାର ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.