ଶିମିଳିପାଳରୁ ୩ କାଠ ମାଫିଆ ଓ ୩ ଶିକାରୀକୁ ଧରିଲା ବନବିଭାଗ, କାଠ ସହ ୭ କେଜି କୁଟୁରା ମାଂସ ଜବତ

Published By : Prameya-News7 Bureau | July 20, 2021 IST

କରଞ୍ଜିଆ, ୨୦/୭: ଶିମିଳିପାଳ ଜାତୀୟ ଉଦ୍ୟାନରୁ ଶିକାରୀ ଏବଂ କାଠ ମାଫିଆଙ୍କୁ ଗିରଫ କରିଛି ବନବିଭାଗ । ଗତକାଲି ପେଟ୍ରୋଲିଂ ସମୟରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଚହଲା ରେଞ୍ଜ ଅଞ୍ଚଳରୁ ୩ ଜଣ କାଠ ମାଫିଆ ଓ ଗୁରୁଗୁଡ଼ିଆ ରେଞ୍ଜ ଅଞ୍ଚଳରୁ ୩ ଜଣ ଶିକାରୀଙ୍କୁ ଧରିଛି ବନବିଭାଗ । କାଠ ମାଫିଆଙ୍କ ଠାରୁ ୨ଟି ଚିରାଯାଇଥିବା ପିଆଶାଳ ଗଣ୍ଡି, ଗୋଟିଏ କରତ ଓ ଧନୁତୀର ସମେତ ଗୋଟିଏ କୁରାଢ଼ୀ ଜବତ କରିଥିବା ବେଳେ ଶିକାରୀ ମାନଙ୍କ ପାଖରୁ ୭କେଜି କୁଟୁରା ମାଂସ, ଧନୁତୀର, ଗୋଟିଏ କୁରାଢ଼ୀ ଓ ପନିକି ଜବତ କରିଛି ବନବିଭାଗ ।

ଶିକାରୀମାନେ ଯଶୀପୁର ଥାନା ଉତ୍ତରାସ ଗ୍ରାମର ବୁଧୁ ସିଂ, ବାଘରାୟ ହୋ ଏବଂ ବୁଧୁରାମ ହୋ ହୋଇଥିବା ବେଳେ କାଠ ମାଫିଆମାନେ ବିଶୋଇ ଥାନା କେସମ ଗାଁର କେନ୍ଦୀଆ ନାୟକ, ମାନ ନାୟକ ଓ ଦୁର୍ଗା ନାୟକ ବୋଲି ଜଣାପଡିଛି । ବନବିଭାଗ ସେମାନଙ୍କୁ ଗିରଫ କରି ଯଶୀପୁର ସ୍ଥିତ ଉତ୍ତର ବନଖଣ୍ଡ କାର୍ଯ୍ୟାଳୟକୁ ଆଣିଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.