ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
8/03/2021 at 1:44 PM

ସମ୍ବଲପୁର ୮।୩: ନିଆଁକୁ ଆୟତ୍ତ କରିବା ଏବଂ ନିଆଁ ଯେମିତି ନଲାଗିବ ତାକୁ ଆଧାର କରି ସମ୍ବଲପୁର ଡିଏଫଓ ବଡ ପଦକ୍ଷେପ ନେଇଛନ୍ତି । ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ।
ସେପଟେ ଜଙ୍ଗଲକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଠିକଣା ରଖିବ ବନ ବିଭାଗ । ଯେଉଁ ବ୍ୟକ୍ତି ଜଙ୍ଗଲକୁ ପ୍ରବେଶ କରିଥିବେ ସେହି ବ୍ୟକ୍ତି ଜଣାଇବେ ନିଆଁ କିଏ ଲଗାଇଲା । ନହେଲେ ସମ୍ପୃକ୍ତ ସ୍ଥାନରେ ନିଆଁ ଲଗାଇଥିବା ଅଭିଯୋଗରେ ତାଙ୍କ ନାଁରେ ଆକ୍ସନ ହେବ । ଗିରଫ କରାଯାଇ ଜେଲ୍ ପଠାଇବାର ବ୍ୟବସ୍ଥା ଅଛି ବୋଲି ଡିଏଫଓ କହିଛନ୍ତି । ରବିବାର ସମ୍ବଲପୁର ସଦର ଡିଭିଜନରେ ୧୧୫ଟି ସ୍ଥାନରେ ନିଆଁ ଲାଗିଯାଇଥିବା ବେଳେ ସୋମବାର ୫୭ଟି ସ୍ଥାନରେ ନିଆଁ ଲାଗିଛି ।
Related Posts
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା
17 April 2021