Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମୂଲ୍ୟବାନ ଗଛ କାଟି ମାଲେମାଲ ହେଉଛନ୍ତି କାଠ ମାଫିଆ, ବାଲି ଟ୍ରାକ୍ଟର ପଛରେ ପଡିଛି ବନ ବିଭାଗ

1/10/2020 at 5:17 PM

ପାଟଣା ୧।୧୦: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅଧିନରେ ବେଧଡ଼କ ମୂଲ୍ୟବାନ ଗଛ କଟା ଯାଇ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଜାଣିପାରୁନାହିଁ କି କୌଣସି କାଠ ମାଫିଆଙ୍କୁ ଧରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନାହିଁ। ସଂରକ୍ଷିତ ଜଙ୍ଗଲରୁ ବାଲି ଉଠାଉ ଥିବାରୁ ଦୁଇଟି ଟ୍ରାକ୍ଟର ଜବତ କରାଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ଘର ତିଆରି ପାଇଁ ଟ୍ରାକ୍ଟର ଯୋଗେ ବାଲି ପରିବହନ କଲେ ଆକ୍ରୋଶ ମନୋଭାବ ରଖି ଟ୍ରାକ୍ଟରଗୁଡିକୁ ଜବତ କରୁଛି ବନ ବିଭାଗ ।

ଗୁରୁବାର ପାଟଣା ରେଞ୍ଜ ଅଧୀନ ପୁରୁଣା ପାଣି ଓ ନୂଆଗାଁରୁ ଦୁଇଟି ଟ୍ରାକ୍ଟର ସଂରକ୍ଷିତ ଜଙ୍ଗଲ ଦେଇ ଭିରଳ ନଦୀରୁ ବାଲି ଆଣୁଥିବା ଦର୍ଶାଇ ବନ ବିଭାଗ ଜବତ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ମୂଲ୍ୟବାନ ଶାଳ ଗଛଗୁଡିକ କାଟି ଚୋରା ଚାଲାଣ କରି ମାଫିଆମାନେ ମୁନାଫା କମାଉଥିବା ବେଳେ ବନ ବିଭାଗ କାଠ ମାଫିଆକୁ ନଧରି ଟ୍ରାକ୍ଟର ଗାଡି ପଛରେ ପଡି ବାଳିଆଙ୍କୁ ଛାଡି କେରାଣ୍ଡି ପଛରେ ପଡିଥିବା ପାଟଣା ଓ ସାହାରପଡା ଅଞ୍ଚଳରେ ଚର୍ଚ୍ଚା ହେଉଛି।

   Related Posts