Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବ୍ରହ୍ମପୁର: ବେଆଇନ କରତ କଳ ଉପରେ ବନ ବିଭାଗର ଚଢ଼ାଉ, ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାଠ ଜବତ

11/09/2020 at 8:27 PM

ବ୍ରହ୍ମପୁର ୧।୦୯:  ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ କେନ୍ଦୁପାଟ ଗ୍ରାମରେ ବହୁ ଦିନରୁ ଚାଲିଥିବା ଏକ ବେଆଇନ କରତ କଳ ଉପରେ ଆଜି ବନ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମୂଲ୍ୟବାନ ଶାଗୁଆନ, ପିଆଶାଳ କାଠ ଓ ବେଆଇନ କରତ କଳର ସମସ୍ତ ଯନ୍ତ୍ରପାତି ଜବତ କରାଯାଇଛି। ଜବତ କାଠର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି।

ଦୀର୍ଘ ଦିନ ଧରି କେନ୍ଦୁପାଟ ଗ୍ରାମରେ ବେଆଇନ ଭାବେ କରତ କଳ ଚାଲିଥିବା ବେଳେ ବିଭିନ୍ନ ସମୟରେ ବନ ବିଭାଗର ଏହି କରତ କଳ ଉପରେ ଚଢ଼ାଉ କରିଥିଲେ ମଧ୍ୟ ପୂର୍ବରୁ ସୂଚନା ପାଇ ମାଲିକ କରତ କଳର ଯନ୍ତ୍ରପାତିକୁ ଫିଟାଇ ନେଇଯିବାରେ ସଫଳ ହେଉଥିଲେ।

ଆଜି ସକାଳୁ  ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଏସିଏଫ ଅଶୋକ ବେହେରା, ଏସିଏଫ ଏ.ମାଧବିଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ବ୍ରହ୍ମପୁର ମୋବାଇଲ ଷ୍ଟାଫ, ଛତ୍ରପୁର ପୋଲିସ ଫୋର୍ସ, ସାମନ୍ତିଆପଲ୍ଲୀ ରେଞ୍ଜର ଷ୍ଟାଫ, ଦିଗପହଣ୍ତି ରେଞ୍ଜର ଷ୍ଟାଫ ଓ ଖଲ୍ଲିକୋଟ ବନ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ କେନ୍ଦୁପାଟ ଗ୍ରାମରେ ଚଢ଼ାଉ କରିଥିଲେ ।

ଏଥିପାଇଁ ସେମାନେ ତିନୋଟି ଟିମ ରେ ବିଭକ୍ତ ହୋଇ କେନ୍ଦୁପାଟ ଗ୍ରାମ କୁ ଘେରାଉ କରିଥିଲେ । ସେଠାରୁ ବିପୁଳ ପରିମାଣର ଶାଗୁଆନ, ପିଆଶାଳ କାଠ ସହ କରତ କଳ ର ଯନ୍ତ୍ରପାତି ଜବତ କରିଥିଲେ ମଧ୍ୟ କାହାରିକୁ ଗିରଫ କରିପାରି ନଥିଲେ । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଏସିଏଫ କହିବା ସହ  ଆଗାମୀ ଦିନରେ ଏଭଳି ଚଢ଼ାଉ କାର୍ଯ୍ୟ ଜାରିରହିବ ବୋଲି କହିଥିଲେ। ପରେ ଜବତ ହୋଇଥିବା ସମସ୍ତ କାଠ ଓ ଯନ୍ତ୍ରପାତି ଗୁଡ଼ିକୁ ଚାରୋଟି ଟ୍ରାକ୍ଟର ମାଧ୍ୟମରେ ବ୍ରହ୍ମପୁର ପଠାଯାଇଥିବା ଦେଖିବାକୁ ମିଳିଛି ।

   Related Posts