ବନ ବିଭାଗର ଚଢାଉ, ବିପୁଳ ପରିମାଣର ଶାଗୁଆନ କାଠ ଜବତ

Published By : Prameya-News7 Bureau | November 03, 2021 IST

ଗଜପତି ୦୩/୧୧: ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ଟ୍ରକ ସହ ବିପୁଳ ପରିମାଣର ଶାଗୁଆନ କାଠ ଜବତ । ଭୋର ସମୟରେ ବନ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଟ୍ରକକୁ ଅଟକାଇ ଥିଲେ କିନ୍ତୁ ଦ୍ରୃତ ଗତିରେ ଟ୍ରକ ଚାଲିଯିବାରୁ ସନ୍ଦେହରେ ଗାଡ଼ି ପଛରେ ଦୈାଡି ଗାଡ଼ି ଅଟକାଇ ଥିବା ବେଳେ ଗାଡ଼ିରେ କାଠ ଚାଲାଣ ହେଉଥିବା ଜାଣି ପାରିଥିଲେ ।

wp:gallery {"ids":[537705],"linkTo":"none"} /wp:gallery

ଏଥିରେ ଗାଡ଼ି ସହ ଯାଉଥିବା ତିନି ଜଣ ପୋଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି । ପାରଳାଖେମୁଣ୍ଡି ରିଜର୍ଭ ପୋଲିସ ଭ୍ୟାନରେ ଚାଲାଣ ହେଉଥିଲା ଶହେରୁ ଅଧିକ କାଠ ଗଣ୍ଡି ସାଇଜ କାଠ ଓ ପଟା କାଠ, ସମସ୍ତ କାଠ ମୂଲ୍ୟବାନ ସାଗୁଆନ ବୋଲି ଜଣାପଡିଛି । ପାରଳାଖେମୁଣ୍ଡିରୁ ପୂରୀ କାଠ ଚାଲାଣ ହେଉଥିବା ସୂଚନା ମିଳିଛି । ତେବେ ଏତେ ପରିମାଣର ସାଗୁଆନ କାଠ କୁଆଡ଼େ ଯାଉଥିଲା ପୋଲିସ ଭେନ କାହିଁକି ବିନିଯୋଗ ହୋଇଥିଲା ।

ଏ ସବୁ ଦିଗକୁ ବନବିଭାଗ ତଦନ୍ତ କରୁଛି । OSAP 3rd battalion ଡ୍ରାଇଭର ସହ ୪ଜଣଙ୍କୁ ଅଟକ । ଓଡ଼ିଆ 05AK5733 ନମ୍ବର ବିଶିଷ୍ଟ ପୋଲିସ ଭ୍ୟାନ ରେ ଚାଲାଣ ହେଉଥିଲା ବିପୁଳ ପରିମାଣର କାଠ । ରାମସାଗର ଛକ ନିକଟରେ ପେଟ୍ରୋଲିଂ ସମୟରେ ଧରିଲେ ବନ ବିଭାଗର କର୍ମଚାରୀମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.