ବେଆଇନ କରତକକଳ ଉପରେ ବନବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ କାଠ ଜବତ

Published By : Prameya-News7 Bureau | December 31, 2019 IST

ଆଠଗଡ ୩୦।୧୨: କଟକ ଜିଲ୍ଲା ଆଠଗଡର ତିଗିରିଆ ବ୍ଲକ ଅନ୍ତର୍ଗତ ଭେଜିଆ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢାଉ । ଜଙ୍ଗଲରେ ଦାର୍ଘ ଦିନ ଧରି ବେଆଇନ କରତକଳ ଚାଲୁଥିବା ଖବର ପାଇ ଚଢାଉ କରିଛି ବନ ବିଭାଗ ।  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତିଗିରିଆ ତହସିଲଦାର ଓ ଆଠଗଡ଼ ରେଞ୍ଜ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କା ର ମୂଲ୍ୟବାନ କାଠ ସହିତ ବେଆଇନ କରତକଳ ସାମଗ୍ରୀ ଜବତ କରାଯାଇଛି।

{"id":205102,"sizeSlug":"large"}

ତେବେ ଗତ କିଛି ଦିନ ଧରି ବନବିଭାଗ ପକ୍ଷରୁ ଏମିତି ଅଚାନକ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଜବତ କରାଯାଉଛି । ତେବେ ଏହି ଚୋରା କାରବାରରେ ସଂପୃକ୍ତ କୌଣସି ମାଫିଆ ଗ୍ୟାଙ୍ଗ କୁ ବନବିଭାଗ ଧରିବାରେ ସଫଳ ହୋଇପାରି ନାହିଁ ।ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି ।

{"id":205103,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.