Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଶିକାରୀ ଅଡ୍ଡା ଉପରେ ବନ ବିଭାଗର ଚଢ଼ାଉ: ୨ଟି ବନ୍ଧୁକ ସହ ବିପୁଳ ପରିମାଣର ଶିକାର ସରଞ୍ଜାମ ଜବତ

27/10/2020 at 4:49 PM

ଢ଼େଙ୍କାନାଳ୨୭/୧୦: ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଏକ ଶିକାରୀ ଆଡ୍ଡା ଉପରେ ଚଢ଼ାଉ କରିଛନ୍ତି। କପିଳାସ ବନ ଅଞ୍ଚଳର ଦେଓଘରରେ ଏହି ଶିକାରୀ ଆଡ୍ଡାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଦୁଇଟି ଦେଶୀ ବନ୍ଧୁକ, ବିପୁଳ ପରିମାଣରେ ଗୁଳି, ବାରୁଦ, ମାଂସ କଟା ଛୁରୀ ଓ ଚାପଡ଼, ଶିକାରୀ ଲାଇଟ ଆଦି ବିପୁଳ ପରିମାଣର ଶିକାରୀ ସରଞ୍ଜାମ ଜବତ କରାଯାଇଛି ।

ଏହାସହ ବହୁ ପରିମାଣର ମୟୂର ପକ୍ଷୀ ଓ ଝିଙ୍କ କାଠି ମଧ୍ୟ ବନ ବିଭାଗ ଉଦ୍ଧାର କରିଛି । ତେବେ ଏହି ଶିକାରୀ ଆଡ୍ଡ଼ାରୁ ସୁରେଶ ସାମଲ ନାମକ ଜଣେ ଶିକାରୀକୁ ଗିରଫ କରାଯାଇଛି। ଗିରଫ ସୁରେଶର ଘର ସ୍ଥାନୀୟ ଦେଓଘର ଓ ଅନ୍ୟ କେତକ ଶିକାରୀ ମିଶି ମୟୂର, ଝିଙ୍କ, କୁଟୀର ହରିଣ ଆଦି ଶିକାର କରି ମାଂସ ଆଦି ବାହାରକୁ ବିକ୍ରି କରିଥାନ୍ତି ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀମାନଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ତନାଘନା ଯାଞ୍ଚ କରାଯାଉଛି ।

   Related Posts