Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ବୁମେରାଂ ପାଲଟିଲା ଫର୍ଣ୍ଣିଚର ତିଆରି କାରଖାନାରେ ଚଢଉ, ହରଡଘଣାରେ ବନ କର୍ମଚାରୀ, ତାତିଲେ ଗ୍ରାମବାସୀ

14/09/2020 at 9:06 PM

ଢେଙ୍କାନାଳ,୧୪|୦୯: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବଣସିଂହ ଠାରେ ଥିବା ଏକ କାଠ ଫର୍ଣ୍ଣିଚର ତିଆରି କାରଖାନା ଉପରେ ଷଢଙ୍ଗୀ ବନାଞ୍ଚଳ କର୍ମଚାରୀଙ୍କ ଅଚାନକ ଚଢ଼ାଉ କରିବା ବନବିଭାଗ ପାଇଁ ବୁମେରାଂ ସାଜିଛି । ଏପରିକି ଚଢ଼ାଉ ଆଳରେ କିଛି କାଠ ଜବତ କରିବା ସହ ୨୫ହଜାର ଟଙ୍କା ନେଇ ରସିଦ ଦେଉନଥିବା ଅଭିଯୋଗ ଉଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ। ଫଳରେ ଏହି ଚଢ଼ାଉର ନେତୃତ୍ୱ ନେଇଥିବା ଷଡଙ୍ଗୀ ଦେପୁଟି ରେଞ୍ଜ ଅଫିସର ହରଡ଼ଘଣାରେ ପଡିଯାଇଛନ୍ତି ।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଣସିଂହ ଗ୍ରାମର ଏକ କାଠ ଫର୍ଣ୍ଣିଚର ତିଆରି କାରଖାନା ଉପରେ ଅଚାନକ ଚଢ଼ାଉ କରି ଷଢଙ୍ଗୀ ଡେପୁଟି ରେଞ୍ଜ ଅଫିସର ଗୌତମ ପ୍ରଧାନ ହରଡ଼ଘଣାରେ ପଡିଯାଇଛନ୍ତି । ଚଢ଼ାଉ ଆଳରେ ବେଆଇନ ଭାବେ ୩୦ସିଫ୍ଟ କାଠ ଜବତ  କରିଥିବା ସହ ୨୫ହଜାର ଟଙ୍କା ନେଇଥିଲେ ମଧ୍ୟ ରସିଦ କିମ୍ବା ସିଜର ଲିଷ୍ଟ ଦେଉନାହାନ୍ତି । ଏସମ୍ପର୍କରେ ଭାଇରାଲ ହେଉଥିବା ଏହି କାଠ କାରଖାନାର ଏକ ସିସିଟିଭି ଫୁଟେଜକୁ ନେଇ ଟାର୍ଗେଟ ହୋଇଛନ୍ତି ଷଡଙ୍ଗୀ ଡେପୁଟି ରେଞ୍ଜର ଗୌତମ ପ୍ରଧାନ । ଏହି ସିସି ଟିଭି ଫୁଟେଜରେ ବନକର୍ମଚାରୀ ମାନେ ଗତ ୭ ତାରିଖରେ ଏହି କଥା କାରଖାନାରେ ଚଢ଼ାଉର ଦୃଶ୍ୟ ରହିଛି । ତେବେ ଦୃଶ୍ୟରେ ଜଣେ ବନକର୍ମଚାରୀ ଜଣଙ୍କଠାରୁ କିଛି ଟଙ୍କା ପକେଟରେ ପୁରାଉଥିବା ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ବେଆଇନ ଭାବେ ଟଙ୍କା ଆଦାୟ ପାଇଁ ଏହି କାରଖାନାରେ ଉଦେଶ୍ୟ ମୂଳକ ଭାବେ ଚଢ଼ାଉ କରି ତାଙ୍କଠାରୁ ଧମକ ଚମକ ଦେଇ ବେଆଇନ ଭାବେ ୫୦ହଜାର ଟଙ୍କା ଦାବି କରିଥିଲେ ବୋଲି କାରଖାନା ମାଲିକ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି । ତେବେ ୨୫ହଜାର ଟଙ୍କା ଆଦାୟ କରିବା ସହ କାଠ ଜବତ କରାଯାଇଛି ବୋଲି ତରଭା ପୁଲିସ ଫାଣ୍ଡିରେ ମଧ୍ୟ ଅଭିଯୋଗ କରିଛନ୍ତି  କାରଖାନାର ମାଲିକ ବଣସିଂହ ଗ୍ରାମର ରମଣୀ ରଞ୍ଜନ ମହାରଣା।

ବନକର୍ମଚାରୀଙ୍କ ଏପରି ବେଆଇନ କାରନାମାର ପ୍ରତିବାଦ କରିଛନ୍ତି ବଣସିଂହ ଗ୍ରାମବାସୀ । ଏପରିକି ଗ୍ରାମବାସୀମାନେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ଏପରି ଦାଦାଗିରି କରିଥିବା ଡେପୁଟି ରେଞ୍ଜରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ  ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଭାବେ ଗୁଆରି କରିଛନ୍ତି । ତେବେ ଏପରି ବେଆଇନ ଓ ଦାଦାଗିରିର ଶିକାର ହୋଇଥିବା କାଠକାରଖାନା ମାଲିକଙ୍କୁ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ଗ୍ରାମବାସୀ  ଭୟଙ୍କର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏପଟେ କିନ୍ତୁ ବନଖଣ୍ଡ ଅଧିକାରୀଙ୍କ କହିବା କଥା ଠିକ ଓଲଟା । ଏହି କାରଖାନାରେ ବେଆଇନ କାମନେଇ ପୂର୍ବରୁ ସୂଚନା ମିଥିବାରୁ ଏହି ଚଢ଼ାଉ କରାଯାଇଥିଲା । ତେବେ ଚଢ଼ାଉ ବେଳେ ଆମ କର୍ମଚାରୀଙ୍କୁ କୋଲଡ଼ ଡ୍ରିଙ୍କ୍ ଯାଚିବାରୁ ଏମାନେ ନିଜେ ପଇସା ଦେଇଥିଲେ ।  ଫଳରେ ବଳକା ପଇସା ଫେରାଉଥିବା ଖୋଦ ଲୋକଟି ତାଙ୍କର ସାକ୍ଷୀ ଭାବେ ଯାଇଥିବା ଲୋକ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । ଆଉ କାଠ ଜବତର ସିଜର ଲିଷ୍ଟଦେବା କଥା । ତଥାପି ଏହି ଅଭିଯୋଗର ସତ୍ୟତାର ଯାଞ୍ଚ କରି ରିପୋର୍ଟ ଦେବା  ପାଇଁ ସେ ଦୁଇଜଣ ବରିଷ୍ଟ ପଦାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଯାଞ୍ଚ ରିପୋର୍ଟ ମୁତାବକ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।ଏପଟେ ସଦର ଥାନା ତରଭା ପୁଲସ ଫାଣ୍ଡିରେ ରେ ହୋଇଥିବା ଅଭିଯୋଗକୁ ନେଇ ତଦନ୍ତ କରିବ ପୁଲିସ । ଫଳରେ ପୁଲିସର ତଦନ୍ତର ଫଳାଫଳ ଉପରେ ସିସିଟିଭିର ଅସଲି ସତ କଣ  ତାହାକୁ ଏବେ ସମସ୍ତଙ୍କର ଅପେକ୍ଷା ।

   Related Posts