ବନ ବିଭାଗ ପାଖରେ ଖବର ନାହିଁ, ଘର ଘର ବୁଲି ସାପ ଧରୁଥିବା ଲୋକେ ସାପ ଧରିବା ପରେ କଣ କରନ୍ତି ଜାଣନ୍ତୁ

Published By : Prameya-News7 Bureau | November 06, 2019 IST

ବାଲେଶ୍ବର୬|୧୧: ଘରେ ସାପ ପଶିଛି କହିଲେ ସମସ୍ତଙ୍କ ମନରେ ଗୋଟେ ଭୟ ସୃଷ୍ଟି ହୁଏ । କ’ଣ କରିବେ, କେମିତି ସାପକୁ ବାହାର କରିବେ କିଛି ବୁଦ୍ଧିବାଟ ଦେଖାଯାଏନି । ଏମିତିରେ କେବଳ କିଛି ସାପ ଧରାଳିଙ୍କ ଉପରେ ହିଁ ଭରସା କରିବାକୁ ପଡ଼େ । ସେମାନଙ୍କୁ ଖୋଜି ଡାକି ସାପଟିକୁ ଘରୁ ବାହାର ନକଲା ଯାଏ ମନ ଥୟ ଧରେନି । ସେମାନେ ଆସନ୍ତି  ସାହସର ସହ ସାପଟିକୁ ଧରି ମୁଣାରେ କି ଡବାରେ ପୁରାଇ ନେଇଯାଆନ୍ତି । ହେଲେ ସେମାନେ ଧରିନେଇଥିବା ସେଇ ବିଷଧର ସାପକୁ ଜଙ୍ଗଲରେ ଛାଡ଼ନ୍ତି ନା’ ଆଉ କେଉଁଠି ? ଚାଲନ୍ତୁ ଉତ୍ତର ଖୋଜିବା ଏଇ ରିପୋର୍ଟରେ । …..

{"id":179868}

ଜିଲ୍ଲାପାଳଙ୍କ ରେସ୍‌ରେ ସାପ ପଶିଲା ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଡାକ । ସରକାରୀ ଅଫିସରେ ସାପ ପଶିଲା ସାପ ଧରାଳିଙ୍କୁ ଖୋଜ । ଘର –ଦୋକାନ ଯୋଉଠି ବି ସାପ ଦେଖିଲେ ଲୋକେ ଭୟଭୀତ ହୋଇ କୋଉଠି ସାପ ଧରାଳି ଅଛନ୍ତି ଖୋଜନ୍ତି । ଆଉ ସାପ ଧରାଳି ପହଞ୍ଚି ସାପଟିକୁ ସାହସର ସହିତ ଧରି ଡବା କି ମୁଣାରେ ପୁରାଇ ନେଇଗଲେ ଯାଇ ସମସ୍ତେ ଶାନ୍ତି । ଏମିତି ଅନେକ ସାପ ଧରାଳି ଅଛନ୍ତି ସାପ ଧରିବା ଯେଉଁମାନଙ୍କ ପେଶା ନୁହେଁ କେବଳ ସଉକ୍‌ । ସାପ ଧରି ସେମାନେ ଲୋକଙ୍କ ଉପକାର ତ କରନ୍ତି, ତା’ ସହିତ ସାପର ଜୀବନ ବି ରକ୍ଷା କରନ୍ତି । ହେଲେ ସାପଟିକୁ ଧରିବା ପରେ ସେମାନେ ଏହାକୁ ଛାଡ଼ନ୍ତି କୋଉଠି । ଜଙ୍ଗଲରେ ଛାଡ଼ି ଦିଅନ୍ତି ବୋଲି ଅନେକଙ୍କ ଧାରଣା । ତେବେ ଏହାକୁ ନେଇ ସେମାନେ କ’ଣ କହୁଛନ୍ତି ଦେଖନ୍ତୁ ।

{"id":179869}

ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ, ଯଦି ଏମିତି କିଛି ଲୋକ ବୁଲି ବୁଲି ସାପ ଧରୁଛନ୍ତି ତାହେଲେ ବନ ବିଭାଗ କର୍ମଚାରୀ କରୁଛନ୍ତି କ’ଣ ?  ଆମେ ଯଦି ବାଲେଶ୍ବର ଜିଲ୍ଲା କଥା ଦେଖିବା ତାହେଲେ ବନ ବିଭାଗ ପାଖରେ ସାପ ଧରିବାକୁ କୌଣସି ଟ୍ରେଣ୍ଡ୍‌ କର୍ମଚାରୀ ନାହାନ୍ତି । ସେମାନଙ୍କୁ ଯଦି କେହି ଏ ବାବଦରେ ସହାୟତା ମାଗେ, ତାହେଲେ ସେମାନେ ମଧ୍ୟ ଏଭଳି କିଛି ସାପଧରାଳିଙ୍କ ସହାୟତା ନେଇଥାନ୍ତି । ତେବେ ସାପ ଧରିବାକୁ ଏଇ ସାପ ଧରାଳିମାନଙ୍କୁ ନା କୌଣସି ପାରିଶ୍ରମିକ ମିଳେ, ନା ସାପକୁ ନେଇ ଜଙ୍ଗଲରେ ଛାଡ଼ିବାକୁ । ସବୁବେଳେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ସେମାନେ ଦୂରବାଟ ଜଙ୍ଗଲକୁ ଯିବେ ବା କାହିଁକି । ସେଥିପାଇଁ ଆଖପାଖ ବଣ ଜଙ୍ଗଲ ଦେଖି ସାପଟିକୁ ଛାଡ଼ି ଦିଅନ୍ତି ।

{"id":179870}

କେବଳ ସେତିକି ନୁହେଁ ଧରୁଥିବା ସାପକୁ ବିକ୍ରି କରି କେହେ ଯେ, ପଇସା ରୋଜଗାର କରୁନଥିବା ତାହା ମଧ୍ୟ କହିବା ମୁସ୍କିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.