ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣା : ଟ୍ରେନ୍ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କଲା ବନବିଭାଗ

Published By : Prameya-News7 Bureau | February 02, 2019 IST

ଢେଙ୍କାନାଳ ୨|୨: ଢେଙ୍କାନାଳ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କଲା ବନବିଭାବଗ । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତକାଲି ସଂଧ୍ୟାରେ ସଦର ବନାଞ୍ଚଳ ଦାଣ୍ଡିମାଳ ରେଳ ଷ୍ଟେସନ୍ ନିକଟରେ ମାଲଗାଡି ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଦାଣ୍ଡିମାଳ ଷ୍ଟେସନ୍ ନିକଟରେ ହାତୀ ପଲ ପାର୍ ହେବା ବେଳେ ଦ୍ରୁତ ଗତିରେ ଆସୁଥିବା  ମାଲବାହୀ ଗାଡି ସେମାନଙ୍କୁ  ଧକ୍କା ଦେଇଥିଲା ।  ହାତୀକୁ ପ୍ରାୟ ୫ଶହ ମିଟର ଦୂରକୁ ଘୋଷାଡି ନେଇ ଯାଇଥିଲା ଟ୍ରେନ୍ ।  ସ୍ଥାନୀୟ ବାରଦା ପୋଲ ନିକଟରୁ ହାତୀର ମୃତଦେହ ଠାବ  କରିଥିଲା ବନ ବିଭାଗ । ଆଜି ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି । ଏଥିସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବନ ଅଧିକାରୀ । ତେବେ ସବୁଠୁ ବଡ ପ୍ରଶ୍ନ, ହାତୀ ଚଳାଚଳ କରୁଥିବା ବନାଞ୍ଚଳରେ ଗାଇଡଲାଇନ୍  ଅନୁଯାୟୀ ଟ୍ରେନ୍ ର ବେଗ ନିୟନ୍ତ୍ରିତ ହୋଇଥିଲା କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.