କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
3/03/2021 at 7:21 AM

କରଞ୍ଜିଆ ୩।୩: ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ । କରଞ୍ଜିଆ ରେଞ୍ଜ ଟାଙ୍ଗୁରୁସାହି ଜଙ୍ଗଲ ଓ ସାତକୋଶିଆ ରେଞ୍ଜ ଭାଲିଆଡାଳ ଜଙ୍ଗଲରେ ନିଆଁ ଲାଗି ଜଳୁଛି ଜଙ୍ଗଲ । ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭାଇବା ଅଭିଯାନ । ବନବିଭାଗର ଟିପିଏଫ କର୍ମଚାରୀ କହୁଛନ୍ତି ଆମେ ଦୂରରେ ଥିବାରୁ ଗାଁ ଲୋକେ ନିଆଁ ଲଗାଇ ଦେଇଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ବନ ବିଭାଗର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ବନ ବିଭାଗ କର୍ମଚାରୀମାନେ ଏପରି ଅଣଦେଖା କଲେ ଆମ ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସୁନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।