Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା : ଟାଙ୍କିରେ ଫରେନସିକ୍‌ ଟିମ୍‌ର ଛାନ୍‌ଭିନ୍‌

4/03/2021 at 12:43 PM

ଭୁବନେଶ୍ୱର ୦୪।୦୩: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ଫେରନସିକ୍‌ ଟିମ୍‌ର ତଦନ୍ତ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରୁଛି ଫରେନସିକ୍‌ ଟିମ୍‌ । ଗତକାଲି ଅପମିଶ୍ରିତ ପେଟ୍ରୋଲ ନେଇ ଉତ୍ତେଜନା ଦେଖାଯାଇଥିଲା । ଏହାପରେ ପୋଲିସ ପେଟ୍ରୋଲ ପମ୍ପକୁ ସିଲ୍ କରିଥିଲା ।

ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କିଛି ଲୋକ ଟାଙ୍କିରେ ପେଟ୍ରୋଲ ପକାଇ ଥିଲେ । ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀସାଗରର ୨ଟି ବାଇକ୍‌ରେ ୬୭୦ ଟଙ୍କାର ତେଲ ପକାଇଥିବା ବେଳେ  ଖଣ୍ଡଗିରି ଅଞ୍ଚଳର ଜଣେ ୨୫୦ଟଙ୍କା ଓ ଘାଟିକିଆର ଜଣେ ୨୦୦ ଟଙ୍କାର ତେଲ ପକାଇଥିଲେ । ଏହି ତିନି ଗ୍ରାହକ ପେଟ୍ରୋଲ ପକାଇ କିଛି ବାଟ ଗଲାପରେ ଗାଡ଼ି ଆଉ ଗଡିନଥିଲା । ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା । ନିକଟରେ ଥିବା ଗ୍ୟାରେଜରେ ଦେଖାଇବା ପରେ ପେଟ୍ରୋଲରେ ପାଣି ମିଶିଥିବା ଜଣାପଡିଥିଲା ।

ସେହି ସମୟରେ ୫୦ରୁ ଅଧିକ ଲୋକ ଏହି ଟାଙ୍କିରୁ ପେଟ୍ରୋଲ ଭରି ଯାଇଥିଲେ । ହେଲେ ସମସ୍ତଙ୍କର ସମାନ ଅଭିଯୋଗ ଥିଲା ଯେ ଗାଡ଼ି ତେଲ ପକାଇବା ପରେ ଆଉ ଷ୍ଟାର୍ଟ ହୋଇନଥିଲା । ଏନେଇ ସବୁ ଗ୍ରାହକ ଏକାଠି ହୋଇଥିଲେ । ପେଟ୍ରୋଲ ପମ୍ପରେ ପଚାରିବାରୁ ଉପରେ ଅଭିଯୋଗ କର ଆମେ କିଛି ଜାଣିନାହୁଁ ବୋଲି ଉତ୍ତର ମିଳିଥିଲା । ଏଥିରେ ଗ୍ରାହକ ମାନେ ଉତ୍ତେଜିତ ହୋଇଥିଲେ । ତେଲ ଦର ମହଙ୍ଗା ବେଳେ ଏହା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ବୋଲି କହିଥିଲେ । ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପେଟ୍ରୋଲ ପମ୍ପକୁ ବନ୍ଦ କରିବା ସହ କିଛି କର୍ମଚାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଏନେଇ କିଛି ଗ୍ରାହକ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।c

   Related Posts