Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମୃତ୍ୟୁର ଅଳ୍ପ ସମୟ ପୂର୍ବରୁ ଆଇନଜୀବୀ ଦିପାଳୀ ବିକ୍ରମ ସହ ଖେଳିଥିଲେ ଲୁଡୁ ପାଲି, ବାହାଘର ଭୋଜି ପାଇଁ କରିଥିଲେ ତାଲିକା : ଫରେନସିକ୍ ଟିମ୍ ଆରମ୍ଭ କଲା ଯାଞ୍ଚ…

22/10/2019 at 4:31 PM

ଭୁବନେଶ୍ବର ୨୨|୧୦: ଆଇନଜୀବୀ ଦିପାଳିଙ୍କ ମୃତ୍ୟୁ ବାବଦରେ ମୁହଁ ଖୋଲିଲେ ପରିବାର ଲୋକେ । କହିଲେ ଦିପାଳି ଆତ୍ନହତ୍ୟା କରିଥିବା କଥା ସେମାନେ ବିଶ୍ବାସ କରିପାରୁ ନାହାନ୍ତି । ସେପଟେ ମଙ୍ଗଳବାର ଫୋରେନଶିକ ଟିମ ଦିପାଳିଙ୍କ ଘରେ ପହଁଚି ଆରମ୍ଭ କରିଛି ତଦନ୍ତ ।

ସଂଧ୍ୟା ପାଞ୍ଚଟାରୁ ରାତି ବାରଟା । ସେହି ବାରଘଣ୍ଟାର ସମୟ । ଶନିବାର ସଧ୍ୟା ପାଞ୍ଚଟାରେ ଦିପାଳିଙ୍କ ଭଉଣୀ ନିଜ ବାନ୍ଧବିଙ୍କ ସହିତ ମାର୍କେଟ ଚାଲିଯାଇଥିଲେ । ଆଉ ଘରେ ରହିଯାଇଥିଲେ ଦିପାଳି ଆଉ ତାଙ୍କ ପ୍ରେମିକ ବିକ୍ରମ । ହେଲେ ଦିପାଳିଙ୍କ ଆତ୍ନହତ୍ୟା ପରେ ବିକ୍ରମ ଗଲେ କୁଆଡେ । କାହିଁକି ବିକ୍ରମଙ୍କର ମୋବାଇଲ ଫୋନ ଆଜି ଯାଏଁ ସୁଇଚଅଫ ରହିଛି । ଶନିବାର ରାତିରେ ବିକ୍ରମ ଙ୍କ ସହିତ ଏମିତି କଣ ଘଟିଲା ଯାହା ଫଳରେ ଦିପାଳି ଆତ୍ନହତ୍ୟା କରିବାକୁ ପଛେଇଲେ ନାହିଁ ଏ ସବୁର ରହସ୍ୟ ଖୋଲିବ ଯେତେବେଳେ ପୋଲିସ ହାତରେ ଧରାପଡିବ ବିକ୍ରମ ।

କାରଣ ସେଦିନ କେବଳ ବିକ୍ରମ ହିଁ ଦିପାଳିଙ୍କ ପାଖରେ ରହିଥିଲା । ଆଉ ରାତିରେ ରୋଷେଇ କରି ଦୁଇଜଣ ଭଲରେ ଖିଆପିଆ କରିଥିଲେ । ଦୁଇଜଣ ଲୁଡୁ ପାଲି ମଧ୍ୟ ଖେଳିଥିଲେ । । କାରଣ ଯେତେବେଳେ ରାତି ନଟାରେ ସାନ ଭଉଣୀ ଦିପାଳି ପାଖକୁ ଫୋନ କରିଥିଲେ ସେତେବେଳେ ଦିପାଳି କୌଣସି ଭାବେ ଭାରାକ୍ରାନ୍ତ ନଥିଲେ । ଏପରିକି ନିଜର ବାହାଘର ପାଇଁ ଏକ ଖାତାରେ କଣ କଣ ଭୋଜି କରିବେ ତାହା ର ତାଲିକା ପ୍ରସ୍ତୁତ କରିଥିଲେ । ଆତ୍ନହତ୍ୟା କରିବା ପୁର୍ବରୁ ଦିପାଳି  ପିନ୍ଧିଥିବା ଚୁଡିର ଭଙ୍ଗା ଅଂଶ ଘର ବାହାରେ ପଡିଥିବା ଘରଲୋକେ ଦେଖିବାକୁ ପାଇଥିଲେ ।

ଅନ୍ୟପଟେ ଦିପାଳି ମ଼ତ୍ୟୁ ମାମଲାରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ଆରମ୍ଭ କରିଛି ତଦନ୍ତ । ରୁମର ଭିତର ବାହାର ସବୁ ସ୍ଥାନକୁ ଟିକିନିଖି ପରୀକ୍ଷା କରିଛି । ସେପଟେ ବିକ୍ରମକୁ ଠାବ କରିବା ପାଇଁ କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ଅଞ୍ଚରେ ଛାନଭିନ କରିଛି । ବିକ୍ରମ ଧରା ପଡିଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି

ଦିପାଳି ଜଣେ ମେଧାବି ଓ ପରିବାରର ଭଲ ଝିଅ ଥିଲେ । ବାହାଘର ପାଇଁ ସେ ଅନେକ ସ୍ବପ୍ନ ଦେଖିଥିଲେ । ହେଲେ ଏମିତି କଣ ଘଟିଲା ଯାହାକୁ ନେଇ ସେ ଆତ୍ନହତ୍ୟା କଲେ । ଯାହାର ଖୁଲାସା କରିବାକୁ ଚେଷ୍ଟା ଜାରି ରଖିଛି କମିସନରେଟ ପୋଲିସ

   Related Posts