Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଫୋରେନସିକ୍ ରିପୋର୍ଟରୁ ବଡ ଖୁଲାସା : ସୁଶାନ୍ତଙ୍କୁ କରାଯାଇନି ହତ୍ୟା, ଏବେ ଆତ୍ମହତ୍ୟାକୁ ନେଇ ତଦନ୍ତ କରିବ ସିବିଆଇ

3/10/2020 at 4:36 PM

ମୁମ୍ବାଇ ୩।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଛି ସିବିଆଇ । ସୁଶାନ୍ତଙ୍କ ମୃତ୍ୟୁକୁ ତିନି ମାସରୁ ଅଧିକ ସମୟ ହୋଇସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠିପାରୁନି । ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି । ଏମିତିରେ ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ ଆସିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏମ୍ସ ଫୋରେନସିକ୍ ଡାକ୍ତରୀ ଟିମ୍ ସିବିଆଇକୁ ଫାଇନାଲ ରିପୋର୍ଟ ପ୍ରଦାନ କରିଛି ।

ସୂତ୍ର ଅନୁସାରେ ରିପୋର୍ଟରେ ସୁଶାନ୍ତୁ ହତ୍ୟା କରାଯାଇନି ବରଂ ସେ ଆତ୍ମହତ୍ୟା କରିଛନ୍ତି । ଯେଉଁ ପରିସ୍ଥିତିରେ ସୁଶାନ୍ତ ମୃତ୍ୟୁ ହୋଇଛି ସେଥିରୁ ଜଣାପଡୁଛି କି ତାଙ୍କୁ କେହି ହତ୍ୟା କରିନାହାନ୍ତି ବରଂ ସେ ଆତ୍ମହତ୍ୟା କରିଛନ୍ତି । ଅନ୍ୟପଟେ ଏମ୍ସର ୫ ଜଣିଆ ଫୋରେନସିକ୍ ଟିମ୍ ର ଚେୟାରମ୍ୟାନ୍ ଡ. ସୁଧୀର ଗୁପ୍ତା ଏପର୍ଯ୍ୟନ୍ତ ଏହି ମାମଲାରେ ଅନୁଷ୍ଠାନିକ ଭାବେ କିଛି ପ୍ରତିକ୍ରିୟା ରଖିନାହାନ୍ତି ।

ସେପ୍ଟେମ୍ବର ୨୮ ତାରିଖରେ ଏମ୍ସ ଫୋରେନସିକ୍ ଡାକ୍ତରୀ ଟିମ୍ ସିବିଆଇ ସହ ବୈଠକ କରିଥିଲେ । ଭିସେରା ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ । ଫୋରେନସିକ୍ ଯାଞ୍ଚ ରିପୋର୍ଟ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଏବେ ଫୋରେନସିକ୍ ରିପୋର୍ଟ ମିଳିବା ପରେ ସିବିଆଇ ଏହି ମାମଲର ଯାଞ୍ଚ ଆତ୍ମହତ୍ୟା ଦୃଷ୍ଟିକୋଣକୁ ଧ୍ୟାନରେ ରଖି କରିବ । ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତେବେ ତାର କାରଣ କଣ ଥିଲା ? ତାଙ୍କୁ କେହି ଆତ୍ମହତ୍ୟା ପାଇଁ ଉସକାଇଥିଲା କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ ।

   Related Posts