ସାଉଦି ଆରବର ହୋଟେଲରେ ବିଦେଶୀଙ୍କୁ ମିଳିବ ନାହିଁ ଚାକିରୀ : ଭାରତୀୟଙ୍କୁ ଝଟକା

Published By : Prameya-News7 Bureau | July 30, 2019 IST

ଦୁବାଇ ୩୦/୭: ସାଉଦି ଆରବ ନିଜ ଦେଶର ନାଗରିକଙ୍କର ବେକାରୀ ସମସ୍ୟା ବଢ଼ୁଥିବା ଦେଖି ହୋଟେଲରେ ବିଦେଶୀଙ୍କୁ ଚାକିରୀ ନ ଦେବାକୁ ନିଷ୍ପତ୍ତି ନେଇଛି। ସାଉଦି ଆରବର ଏହି ନିଷ୍ପତ୍ତିରେ ଭାରତ ମଧ୍ୟ ପ୍ରଭାବିତ ହେବ କାରଣ ଭାରତୀୟ ବହୁଳ ସଂଖ୍ୟାରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସାଉଦି ଆରବ ଏହି ନିଷ୍ପତ୍ତିକୁ ବର୍ଷ ଶେଷରେ ଲାଗୁ କରିବାକୁ କହିଛି। ସାଉଦି ଆରବର ଶ୍ରମ ମନ୍ତ୍ରାଳୟ ବୟାନ୍ ଜାରି କରି କହିଛି ଯେ ଏହି ନିଷ୍ପତ୍ତି ତିନି ତାରକା କିମ୍ବା ୟାଠାରୁ ଅଧିକ ତାରକା ହୋଟେଲ୍ ଏବଂ ରିସୋର୍ଟସ୍ ଏବଂ ଚାରି ତାରକା ଏବଂ ୟାଠାରୁ ଅଧିକ ଥିବା ହୋଟେଲ୍ ଆପାର୍ଟମେଣ୍ଟ ଉପରେ ଲାଗୁ ହେବ। ଏଠାରେ ରିସେପ୍ସନଠୁ ଆରମ୍ଭ କରି ମ୍ୟାନେଜମେଣ୍ଟ ଯାଏଁ ପଦରେ ସାଉଦି ନାଗରିକଙ୍କୁ ପ୍ରାଥମିକତା ଦିଆଯିବ। ଡ୍ରାଇଭର,ସିକ୍ୟୁରିଟି ଗାର୍ଡ଼ ଏବଂ କୁଲି ପଦରେ ବିଦେଶୀଙ୍କୁ ଚାକିରୀର ସୁଯୋଗ ମିଳିବ।  

{"id":138883}

ଏହା ବ୍ୟତୀତ ରେଷ୍ଟୁରାଣ୍ଟ ହୋଷ୍ଟ ଏବଂ ହେଲଥ କ୍ଲବ୍ ସୁପରଭାଇଜର ଭଳି ଚାକିରୀ ମଧ୍ୟ ସାଉଦି ଆରବର ଲୋକଙ୍କ ପାଇଁ ରହିବ। ଗତ ବର୍ଷ ସାଉଦି ଆରବରେ ବେକାରୀ ସମସ୍ୟାର ସ୍ତର ୧୩ପ୍ରତିଶତ ଯାଏଁ ପହଞ୍ଚିଯାଇଥିଲା। ଏହି କ୍ଷେତ୍ରରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ଅଧିକ। ଏପରି ପରିସ୍ଥିତିରେ ସାଉଦି ଆରବର ଏହି ନିଷ୍ପତ୍ତି ଭାରତୀୟ ଲୋକଙ୍କ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.