କାଳିଆ ପ୍ରେମରେ ବିଦେଶିନୀ, ସଂସାର ତ୍ୟାଗ କରି ଆପଣାଇଛନ୍ତି ଜଗନ୍ନାଥ ସଂସ୍କୃତି

Published By : Prameya-News7 Bureau | July 20, 2021 IST

ସୋର ୨୦।୭: କାଳିଆ ପ୍ରେମରେ ବିଦେଶିନୀ । ସାତ ଦରିଆ ପାରି ହୋଇ ସୁଦୁର ୟୁରୋପରୁ କାଳିଆ ପ୍ରେମରେ ପଡି ଓଡିଶା ପଳାଇ ଆସିଛନ୍ତି ଲୀଳାବତୀ ଦାସୀ । କଥାରେ ଅଛି ଜଗା ଡୋରି ଥରେ ଯାହାକୁ ଲାଗେ ସେ ଯେତେ ଦୂରରେ ଥିଲେ ବି ଜଗା ପାଖକୁ ଟାଣି ହୋଇ ଆସେ । ସେମିତି ଜଣେ କାଳିଆର ଭକ୍ତ ହେଉଛନ୍ତି ଲୀଳାବତୀ ଦାସୀ ।  

{"id":483310,"width":748,"height":411,"sizeSlug":"large","linkDestination":"none"}

ସୁଦୂର ୟୁରୋପରୁ କାଳିଆ  ଦର୍ଶନ ପାଇଁ ସଂସାରର ମୋହ, ମାୟା, ଧନ ସମ୍ପତ୍ତି ତ୍ୟାଗ କରି ୧୦ ବର୍ଷ ହେବ ଓଡିଶା ଚାଲି ଆସିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡାରେ ଥିବା ରାଧାମାଧବ ମନ୍ଦିରରେ ରହି ଜଗନ୍ନାଥ ସଂସ୍କୃତିକୁ ଆପଣାଇ ନେଇଛନ୍ତି । ମୃଦଙ୍ଗ ବଜାଇ କୃଷ୍ଣ ନାମ ଜପ କରିବା ସହ ଜଗନ୍ନାଥ ଓ କୃଷ୍ଣଙ୍କର ସ୍ତବ ଓ ସ୍ତୋତ୍ର ପାଠ କରୁଛନ୍ତି । 

{"id":483311,"width":749,"height":412,"sizeSlug":"large","linkDestination":"none"}

ବିଦେଶିନୀ ହୋଇଥିବାରୁ ଜଗନ୍ନାଥ ସଂସ୍କୃତି ନିୟମ ଅନୁସାରେ ଶ୍ରୀମନ୍ଦିର ଯାଇ କାଳିଆର ଦର୍ଶନ କରିପାରନ୍ତି ନାହିଁ । ବର୍ଷର ସେହି ଗୋଟିଏ ଦିନକୁ ଚାହିଁ ରହନ୍ତି ରଥଯାତ୍ରାକୁ । କେବେ ଶ୍ରୀମନ୍ଦିରରୁ ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ । ମାତ୍ର ଲୀଳାବତୀଙ୍କ କାଳିଆ ଦର୍ଶନରେ କରୋନା ସାଜିଛି ପ୍ରତିବନ୍ଧକ । କାହିଁକି ନା ଲୀଳାବତୀ ହେଉଛନ୍ତି ଜଣେ ବିଦେଶିନୀ । କରୋନା ପାଇଁ ରଥଯାତ୍ରାରେ କୋଭିଡ୍ କଟକଣା ପାଇଁ ସରକାର ବିନା ଭକ୍ତରେ ରଥଯାତ୍ରା ପାଳନ କରିବା ପାଇଁ ନିୟମ କରିଥିବାରୁ ୨ ବର୍ଷ ହେବ କାଳିଆର ଦର୍ଶନ କରିପାରୁନଥିବାରୁ ଦୁଃଖିତ ଅଛନ୍ତି ଲୀଳାବତୀ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.