Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଲଜ୍ଜା : ଭାରତ ବୁଲିବାକୁ ଆସିଥିବା ବିଦେଶୀ ମହିଳାଙ୍କୁ କାରରେ ଗଣଦୁଷ୍କର୍ମ

13/08/2019 at 12:06 PM

ନୂଆଦିଲ୍ଲୀ ୧୩/୭: ଭାରତ ବୁଲିବାକୁ ଆସିଥିବା ଉଜବେକିସ୍ତାନର ମହିଳାଙ୍କ ସହ କାରରେ ଗଣଦୁଷ୍କର୍ମ ଘଟଣା ଏବେ ସାମନାକୁ ଆସିଛି। ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି।

ପୋଲିସଙ୍କ କହିବା ଅନୁସାରେ ଉଜବେକିସ୍ତାନରେ ରହୁଥିବା ମହିଳା ପାଖାପାଖି ୨୦ଦିନ ତଳେ ଭାରତ ବୁଲିବାକୁ ଆସିଥିଲେ। ସେ ତାଙ୍କର ଜଣେ ପରିଚିତ ଯୁବକଙ୍କ ସହ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିଲେ। ଗତ ରବିବାର ମଧ୍ୟ ସେ ପରିଚିତ ଯୁବକଙ୍କ କାରରେ ଦିଲ୍ଲୀ ବୁଲିବାକୁ ବାହାରିଥିଲେ। ପରିଚିତ ଯୁବକ ଜଣକ ତା’ର ଦୁଇ ବନ୍ଧୁଙ୍କୁ ମଧ୍ୟ ଡାକିଥିଲା। ଏହାପରେ ୩ଜଣ ମିଶି ମହିଳାଙ୍କୁ କାରରେ ଗଣ ଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ବସନ୍ତକୁଞ୍ଜରେ ଓହ୍ଲାଇ ଫେରାର ହୋଇଯାଇଥିଲେ। ଏହା ପରେ ମହିଳା ଯେକୌଣସିମତେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସନ୍ତକୁଞ୍ଜ ନର୍ଥ ଥାନା ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

   Related Posts