ଟୁରିଷ୍ଟ ଭିଜା ନେଇ ଭାରତ ବୁଲିବାକୁ ଆସିଥିବା ବିଦେଶୀ ମହିଳାଙ୍କ ସହ ଦୁଷ୍କର୍ମ : ଦୁଷ୍କର୍ମ କରି ହୋଟେଲ କର୍ମଚାରୀ ଫେରାର
29/12/2018 at 12:30 PM

ଚଣ୍ଡୀଗଡ଼ ୨୯/୧୨ : ଟୁରିଷ୍ଟ ଭିଜା ନେଇ ଭାରତ ବୁଲିବାକୁ ଆସିଥିବା ଜଣେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ବିଓଡ଼ଏସି ମହିଳାଙ୍କୁ ହୋଟେଲରେ ଦୁଷ୍କର୍ମ ହୋଇଥିବା ଜଣାପଡିଛି | ପୁଣି ଦୁଷ୍କର୍ମ କରିଛନ୍ତି ହୋଟେଲ କର୍ମଚାରୀ ନିଜେ | ଦୁଷ୍କର୍ମ ପରେ ହୋଟେଲ କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି |
ସୂଚନାଯୋଗ୍ୟ ଯେ, ଲଣ୍ଡନରେ ରହୁଥିବା ଜଣେ ମହିଳା ବିଗତ ୫ ଦିନ ହେଲା ହୋଟେଲ ଥାନା ଆଇଟି ପାର୍କ ସ୍ଥିତ ଏକ ନାମୀ ହୋଟେଲରେ ନିଜ ପୁରୁଷ ବନ୍ଧୁଙ୍କ ସହ ଏକ ରୁମ ନେଇ ରହିଥିଲେ |ଶୁକ୍ରବାର ଦିନ ମହିଳା ଜଣକ ଫୁଟ ସ୍ପା କରିବା ପାଇଁ ଅନ୍ୟ ଏକ ରୁମକୁ ଗଲେ | ଏହି ରୁମ ଭିତରେ ହୋଟେଲର ଜଣେ କର୍ମଚାରୀ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ | ଏହି ବାବଦରେ କାହାକୁ କହିଲେ ଜୀବନରେ ମାରିଦେବାକୁ କର୍ମଚାରୀ ଜଣକ ମହିଳାଙ୍କୁ ଧମକ ଦେଇଥିଲେ | ମହିଳାଙ୍କୁ ଧମକ ଦେଇ ହୋଟେଲ କର୍ମଚାରୀ ଫେରାର ହୋଇଯାଇଥିଲେ | ମହିଳା ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ପୋଲିସ ହୋଟେଲକୁ ଆସି ସେହି କର୍ମଚାରୀଙ୍କ ସମ୍ପୂର୍ଣ ଡାଟା ସଂଗ୍ରହ କରି ତାକୁ ଖୋଜାଖୋଜି କରୁଛି |
ମହିଳାଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ କର୍ମଚାରୀ ମହିଳାଙ୍କୁ ଫୁଟ ସ୍ପା କରିବା ପାଇଁ ରୁମ ଭିତରକୁ ଆସିଥିଲା | ଏତିକିବେଳେ କର୍ମଚାରୀ ମହିଳା ଏକ ଥିବାର ସୁଯୋଗ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା | ମହିଳା ଏନେଇ ପ୍ରଥମେ ନିଜ ପରିଜନଙ୍କୁ ସୂଚନା ଦେଇଥିଲେ | ଏହାପରେ ପୋଲିସକୁ ଏତଲା ଦେଇଥିଲେ | ପୋଲିସ ମହିଳାଙ୍କ ଡାକ୍ତରୀ ମଇନା କରିଥିଲା | ଏହାପରେ ପୋଲିସ ଫେରାର କର୍ମଚାରୀ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା | ପୋଲିସ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା | ଏହାପରେ ପୋଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଖୋଜିଥିଲା | କିନ୍ତୁ ଫେରାର ଅଭିଯୁକ୍ତର କୌଣସି ପତ୍ତା ମିଳିନଥିଲା | ପୋଲିସ ଅଭିଯୁକ୍ତର ଘର ଏବଂ ପାଖାପାଖି ଅଂଚଳରେ ଚଢ଼ାଉ କରୁଛି | ପୋଲିସ ଅଭିଯୁକ୍ତର ମୋବାଇଲ ମଧ୍ୟ ଟ୍ରେସ କରୁଛି |
ପୋଲିସ ସୂଚନା ଅନୁଯାୟୀ ବର୍ତ୍ତମାନ ଅଭିଯୁକ୍ତର ମୋବାଇଲ ବନ୍ଦ ଥିବା ଜଣାପଡିଛି | ତେବେ ଅଭିଯୁକ୍ତ ମୋବାଇଲ ଅନ କଲେ ସଂଗେ ସଂଗେ ଧରା ପଡିବ ବୋଲି ପୋଲିସ କହିଛି | ପୋଲିସ ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି |