Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କଟକରେ ଅଧାରୁ ଅଧିକ ଗାଡ଼ି ଅନଫିଟ୍‌, ବିଦେଶୀ ମେସିନ୍‌ର ଯାଞ୍ଚ ଉପରେ ଉଠିଲା ପ୍ରଶ୍ନ, ଗାଡ଼ି ମାଲିକଙ୍କ ଅଭିଯୋଗ- ଏହା ଲୁଟର ନୂଆ ଫଣ୍ଡା

12/11/2021 at 11:04 PM

କଟକ ୧୨/୧୧: ସିଲଭର ସିଟି କଟକରେ ଅର୍ଦ୍ଧାଧିକ ଗାଡି ରାସ୍ତାରେ ଗଡିବା ପାଇଁ ଅଯୋଗ୍ୟ ବା ଅନଫିଟ୍ । କଟକରେ ନୂଆକରି ଆରମ୍ଭ ହୋଇଥିବା ଅଟୋମେଟିକ୍ ଫିଟନେସ୍ ଟେଷ୍ଟିଂ ସେଣ୍ଟରର ପରୀକ୍ଷାରୁ ଏହା ଜଣା ପଡିଛି ।କିନ୍ତୁ ଗାଡି ମାଲିକ ମାନଙ୍କର କହିବା ଅନୁସାରେ ମାଲିକମାନଙ୍କୁ ଶୋଷଣ କରିବା ପାଇଁ ଏ ହେଉଛି ପରିବହନ ବିଭାଗର ନୂଆ ଚାଲ୍। ଫିଟନେସ୍ ଟେଷ୍ଟ  ନାଁରେ ଗାଡି ଗୁଡିକୁ ନରାଜ ନିକଟରେ ହୋଇଥିବା ଅଟୋମେଟିକ୍ ଫିଟନେସ୍ ସେଣ୍ଟରରେ ଦୁଇ ତିନ ଧରି ପକାଇ ରଖାଯାଉଛି। ପରେ ଗାଡିକୁ ଅନଫିଟ୍ କହି ରିଜେକ୍ଟ କରି ଦିଆଯାଉଛି ।

ଏପରି ଶୋଷଣରେ ଅତିଷ୍ଠ ହୋଇ ଫିଟନେସ୍ ଟେଷ୍ଟିଂ ସେଣ୍ଟରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗାଡିର ଫିଟନେସ୍ ଟେଷ୍ଟିଂ ସ୍ପେନରୁ ଆସିଥିବା ଅତ୍ୟାଧୁନିକ ମେସିନରେ କରାଯାଉଛି । ମାତ୍ର ସ୍ପେନରେ ବି ଏସ୍ -୯ ଷ୍ଟାଣ୍ଡାର୍ଡର ଗାଡି ଚାଲୁଥିବା ବେଳେ ଓଡିଶାରେ ବିଏସ୍ -୪ ଷ୍ଟାଣ୍ଡାର୍ଡର ଗାଡି ଚାଲୁଛି। ପୂର୍ବରୁ ସବୁ ଗାଡିର ଫିଟନେସ୍ ଟେଷ୍ଟ ମାନୁଆଲି ହେଉଥିଲା । ମାନୁଆଲ୍ ଟେଷ୍ଟିଂରେ ଗାଡି ପିଛା ପାଞ୍ଚ ଶହ ଟଙ୍କା ଲାଗୁଥିଲା ।ଏବେ ଗାଡିର ଅଟୋମେଟିକ୍ ଫିଟନେସ୍ ଟେଷ୍ଟ ପାଇଁ ୨୫ଶହ ଟଙ୍କା ଦେବାକୁ ପଡ଼ୁଛି । ଏହାକୁ ଏକ ପ୍ରକାର ଶୋଷଣ ବୋଲି କହିଛନ୍ତି ଗାଡି ମାଲିକ।

ସେପଟେ ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ସୁରକ୍ଷିତ ଯାତ୍ରା ଓ ଦୁର୍ଘଟଣା କମାଇବା ଆମର ପ୍ରାଥମିକତା। ତେବେ ଅଟୋମେଟିକ୍ ଫିଟନେସ୍ ଟେଷ୍ଟିଂ ବାବଦରେ ପରିବହନ ବିଭାଗ କୌଣସି ପଦକ୍ଷେପ ନନେଲେ, ରାଜ୍ୟ ଟ୍ରକ୍ ମାଲିକ ସଙ୍ଘ ଟେଷ୍ଟିଂ ସେଣ୍ଟରରେ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି।

   Related Posts