Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କିୟାରା ଆଡଭାନୀଙ୍କ Viral ଫଟୋକୁ ନେଇ ବିବାଦ, ବିଦେଶୀ ଫଟୋ ଗ୍ରାଫର ଆଣିଲେ ଚୋରି ଅଭିଯୋଗ

23/02/2020 at 6:56 PM

ଜଣାଶୁଣା ଫଟୋଗ୍ରାଫର ଡାବୁ ରତନାନୀଙ୍କ ୨୦୨୦ କ୍ୟାଲେଣ୍ଡର ଲାଗି କିଆରା ଆଡଭାନୀଙ୍କ ଫଟୋ ଏବେ ନୂଆ ବିବାଦର କାରଣ ପାଲଟିଛି। ଏହି ଫଟୋ ଭାଇରାଲ ହେବା ପରେ ଜନୈକ ଅନ୍ତର୍ଜାତୀୟ ଫଟୋଗ୍ରାଫର ଆପତ୍ତି କରିଛନ୍ତି। ସେ ଏହାକୁ ସୃଜନଶୀଳତାର ଚୋରି ବୋଲି କହିଛନ୍ତି।  ରତନାନୀ କ୍ୟାଲେଣ୍ଡର ଲାଗି ଉଠାଇଥିବା ଫଟୋ ସେୟାର କରିବା ପରେ ଏହି ଅଭିଯୋଗ ମିଳିଛି।

ଡାବୁ ତାଙ୍କ କ୍ୟାଲେଣ୍ଡର ଲାଗି ଅନେକ ବଲିଉଡ କଳାକାରଙ୍କ ଫଟୋ ଉଠାଇଥିଲେ। ଏଥିରେ ସେ ଭିକ୍କି କୌଶଲ, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ଶାହରୁଖ ଖାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅକ୍ଷୟ କୁମାର, ପରିଣିତି ଚୋପ୍ରା, ଟାଇଗର ଶ୍ରଫ, ଭୂମି ପେଡେନେକର, ଅନୁସ୍କା ଶର୍ମା, ସୈଫ ଅଲ୍ଲୀ ଖାନ ଓ ଅଭିଷେକ ବଚ୍ଚନ ଆଦିଙ୍କ ଫଟୋ ବି ଉଠାଇଥିଲେ।

ଏହି କ୍ୟାଲେଣ୍ଡର ଡାବୁ ଭବ୍ୟ ଉନ୍ମୋଚନ ବି କରିଥିଲେ। ଏଥିଲାଗି ଆୟୋଜିତ ଉତ୍ସବକୁ ପ୍ରଶିଦ୍ଧ ବଲିଉଡ ଅଭିନେତ୍ରୀ ରେଖା, ସନି ଲିୟୋନୀ, କବିର ବେଦୀ ଓ କିୟାରା ଆଡଭାନୀଙ୍କ ସମେତ ଅନେକ ନାମୀଦାମୀ ସେଲିବ୍ରିଟି ମଧ୍ୟ ଆସିଥିଲେ। ତେବେ କ୍ୟାଲେଣ୍ଡର ଉନ୍ମୋଚନର ମାତ୍ର କିଛି ମିନିଟ୍ ଭିତରେ କିୟାରା ଆଡଭାନୀଙ୍କ ଫଟୋ ସମସ୍ତଙ୍କ ନଜରକୁ ଆସିବା ସହ ଭାଇରାଲ ହୋଇଯାଇଥିଲା। ତାଙ୍କ ଫଟୋ ଟ୍ୱିଟରରେ ମିମ୍ ଫେଷ୍ଟ କରିଦେଇଥିଲା। ହେଲେ ଏବେ ବିବାଦର କାରଣ ପାଲଟିଛି।

କ୍ୟାଲେଣ୍ଡର ଲାଗି କିୟାରାଙ୍କ ଯେଉଁ ଶୈଳୀରେ ଡାବୁ ଫଟୋ ସୁଟ୍ କରିଥିଲେ ତାର ସାମଞ୍ଜସ୍ୟ ଅନ୍ତର୍ଜାତୀୟ ଫଟୋଗ୍ରାଫର ମାରି ବାର୍ଶ ତାଙ୍କ ଫଟୋସୁଟ୍ ଲାଗି ଆପଣେଇଥିବା କୌଶଳ ବୋଲି ଏବେ ଦାବି କରିଛନ୍ତି। ତାଙ୍କ ସୃଜନଶୀତାର ନକଲକୁ ସେ ନା ପସନ୍ଦ କରିଥିବା ବେଳେ ଡାବୁଙ୍କ ଉପରେ ବର୍ଶ  ସିଧା ସିଧା ଚୋରି ଆରୋପ ଲଗାଇଛନ୍ତି। ବର୍ଶ ତାଙ୍କ ମଡେଲଙ୍କୁ ବଡ ପତ୍ର ଆଢୁଆଳରେ ରଖି ଫଟୋ ସୁଟ୍ କରିଥିବା ବେଳେ ଡାବୁ ମଧ୍ୟ କିୟାରାଙ୍କ କ୍ଷେତ୍ରରେ ସେଇଆ କରିଥିବାର ସ୍ପଷ୍ଟ ଦେଖାଯାଇଛି। ସେପଟେ ନେଟିଜେନ ଡାବୁଙ୍କ ବିରୋଧରେ ଆଣିଛନ୍ତି ଭିନ୍ନ ଏକ ଅଭିଯୋଗ। ତାହା ହେଉଛି ନିଜ କ୍ୟାଲେଣ୍ଡର ଲାଗି ଡାବୁ କିୟାରାଙ୍କ ଫଟୋକୁ ଲୁଟିଥିବା ତାଙ୍କ ଫ୍ୟାନସ୍ କହୁଛନ୍ତି।

   Related Posts