ପାକିସ୍ତାନକୁ ନେଇ ଆସିଲା ବୈଦେଶିକ ମନ୍ତ୍ରାଳୟଙ୍କ ବୟାନ, ସୁସମ୍ପର୍କ ଚାହାନ୍ତି ଉଭୟ ଦେଶ, ହେଲେ ମୁଖ୍ୟ ପ୍ରସଙ୍ଗରେ ହୋଇନି ସହମତି

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ ୨୫।୨: ଭାରତ-ପାକିସ୍ତାନ ଡାଇରେକ୍ଟର ଜେନେରାଲ ଅଫ ମିଲେଟ୍ରି ଅପରେସନସ୍‌ ସ୍ତରୀୟ ଆଲୋଚନା ପରେ ବୈଦେଶିକ ମନ୍ତ୍ରାଳୟ ଗୁରୁବାର ବୟାନ ଜାରି କରିଛନ୍ତି। ପ୍ରସଙ୍ଗରେ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପ୍ରତିକ୍ରିୟା ରଖି କହିଛନ୍ତିଯେ ଆମେ ପ୍ରଥମରୁ କହି ଆସୁଛୁ ପାକିସ୍ତାନ ସହ ଭାରତର ପୂର୍ବପରି ସାଧାରଣ ସମ୍ପର୍କ ରହିଛି।

ସେହିପରି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ଓ ଦ୍ୱିପାକ୍ଷୀୟ ସମାଧାନ ଲାଗି ଆମେ ସବୁବେଳେ ଗୋଟିଏ କଥା ଦୋହରାଇ ଆସୁଛୁ, ତାହା ହେଲା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମର ସ୍ଥିତି ଯାହା ପୂର୍ବରୁ ଥିଲା ତାହା ଏବେବି ଅପରବର୍ତିତ ରହିଛି। ସେହପରି ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ଅନୁପ୍ରବେଶ ଓ ଆତଙ୍କବାଦ ପ୍ରୋତ୍ସାହନ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ କୌଣସି ଦ୍ୱିପାକ୍ଷୀୟ ଆଲୋଚନା ସମ୍ଭବ ନୁହେଁ ବୋଲି ଭାରତ ଏବେବି ନୀତିରେ ସ୍ପଷ୍ଟ ବୋଲି ଶ୍ରୀବାସ୍ତବ କହିଛନ୍ତି।

ତେବେ ଡିଜିଏମଓ ଆଲୋଚନାରେ ଉଭୟ ପକ୍ଷ ଏଲଓସିରେ ଓ ଅନ୍ୟ କ୍ଷେତ୍ରରେ ହୋଇଥିବା ବୁଝାମଣା ଓ ଯୁଦ୍ଧବୀରାମ କଡ଼ାକଡ଼ି ପାଳନ କରିବା ଲାଗି ସହମତ ହୋଇଛନ୍ତି। ସେହି ଅନୁସାରେ ଗୁରୁବାର ମଧ୍ୟରାତ୍ରରୁ ସୀମାରେ ଭାରତ ଓ ପାକିସ୍ତାନ ଯୁଦ୍ଧବୀରାମ ପାଳନ କରିବେ ବୋଲି ଜଣାପଡିଛି। ତେବେ ଗୁରୁବାରର ଏହି ବୁଝାମଣା ପରେ ସୀମାରେ ଆତଙ୍କବାଦୀଙ୍କ  ଅନୁପ୍ରବେଶ ହୋଇଛି କି ନା ତାର ଭାରତ ଅନୁଶୀଳନ କରିବ ବୋଲି ମନ୍ତ୍ରାଳୟ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.