Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ଭାରତୀୟ ସେୟାର ବଜାର ଉପରେ ପଡିଲା ବିଦେଶୀ ବଜାର ପ୍ରଭାବ, ୦.୨୬ ପଏଣ୍ଟ ଖସିଲା SENSEX

31/07/2020 at 5:08 PM

ମୁମ୍ବାଇ ୩୧।୭ : ବିଶ୍ୱବ୍ୟାପି ସେୟାର ବଜାର ଏବେ ବିକ୍ରି ମାନସିକତାରେ ଫଶି ଯାଇଛି। ବଜାର ପରିସ୍ଥିତିରେ ସୁଧାର ଆସିବା ମାତ୍ରେ ଲୋକେ ସେୟାର ବିକିବା ଆରମ୍ଭ କରିଥିବା ବେଳେ ଏହାର ପ୍ରଭାବ ଏବେ ଭାରତୀୟ ବଜାରରେ ମଧ୍ୟ ଅନୁଭୂତ ହେଲାଣି। ଏଣୁ ଶୁକ୍ରବାର ଶେଷ କାରବାର ଦିନରେ ଜାତୀୟ ସୂଚକାଙ୍କ ସେନସେକ୍ସ ୦.୨୬ ପଏଣ୍ଟ ହ୍ରାସ ସହ ୧୧,୦୭୩.୪୫ରେ ବନ୍ଦ ହୋଇଛି।

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ  ଇଣ୍ଡେକ୍ସରେ ୧୨୯.୧୮ ଅର୍ଥାତ ୦.୩୪ ପ୍ରତିଶତ ହ୍ରାସ ଦେଖାଯାଇଥିବା ବେଳେ  ୩୭,୬୦୬.୮୯ ସ୍ତରକୁ ଖସିଆସିଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠୁ ବଡ ଲୁଜର ହୋଇଥିବାର ସୂଚନା ମିଳୁଛି। ଉଚ୍ଚ ମୂଲ୍ୟରେ ନିବେଶକଙ୍କ ମୁନାଫା ଅସୁଲି ଲାଗି ସେୟାରରେ ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି।

ଶୁକ୍ରବାର କରାବାର ଶେଷ ବେଳକୁ ଟପ୍ ଲୁଜର ସୂଚୀରେ ରିଲାଏନ୍ସ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ, ଏସିଆନ ପେଣ୍ଟସ୍, କୋଟକ ବ୍ୟାଙ୍କ ଓ ବଜାଜ ଅଟୋ ଆଦି କମ୍ପାନୀ ଅଛନ୍ତି। ଅନ୍ୟପକ୍ଷରେ ସନଫାର୍ମା, ଏମଏଣ୍ଡଏମ, ଏଚସିଏଲ ଓ ଏକ୍ସିସ୍ ବ୍ୟାଙ୍କ ଆଦି ସେୟାର ହ୍ରାସ ବଜାରରେ ବି ଅଭିବୃଦ୍ଧି ସହ କରାବାର ସମାପ୍ତ କରିଛନ୍ତି। ଆମେରିକା ଜିଡିପିରେ ହ୍ରାସ ଆର୍ଥିକ ବ୍ୟବସ୍ଥାକୁ ଏପରି ପ୍ରଭାବିତ କରୁଥିବା ବ୍ୟାବସାୟୀ କହିଛନ୍ତି।

କେବଳ ଭାରତ ନୁହେଁ ହଙ୍ଗକଙ୍ଗ, ଟୋକିଓ, ସିଓଲ ଆଦି ବଜାର ଲାଲ ସଙ୍କେତରେ ବନ୍ଦ ହୋଇଥିବା ବେଳେ ସାଂଘାଇ ସେୟାର ବଜାର ଲାଭରେ କାରବାର  କରି ବନ୍ଦ ହୋଇଥିବା ଜଣାପଡିଛି। ସେହିପରି ୟୁରୋପୀୟ ସେୟାର ବଜାର ମଧ୍ୟ ଲାଭରେ କାରବାର କରିଥିବା ଜଣାପଡିଛି।

   Related Posts