ଧର୍ମଶାଳା ଅଞ୍ଚଳରୁ ପୁଣି ବିପୁଳ ପରିମାଣର ବିଦେଶୀ ମଦ ଜବତ, ୨ ବେପାରୀ ଅଟକ

Published By : Prameya-News7 Bureau | July 02, 2021 IST

ଚଣ୍ଡିଖୋଲ ୨।୭: ଯାଜପୁର ଜିଲ୍ଲାର ଧର୍ମଶାଳା ପୋଲିସ ଓ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଧର୍ମଶାଳା ଅଞ୍ଚଳରେ ଚୋରା ମଦ ବେପାରୀଙ୍କ ଉପରେ ଚଢାଉ କରାଯାଇଥିଲା । ପୋଲିସ ଓ ଅବକାରୀ ବିଭାଗକୁ ମଧ୍ୟ ଲଗାତର ଭାବେ ସଫଳତା ମିଳିଛି । ଧର୍ମଶାଳା ଥାନା ଅଧୀନ ଚୋରମୁହାଁ ଗ୍ରାମରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି ।

ତେବେ ଯାହା ସୂଚନା ରହିଛି ଦୁଇ ମଦ ବେପାରୀଙ୍କୁ ଧରିବାରେ ଧର୍ମଶାଳା ପୋଲିସ ସଫଳ ହୋଇଛି । ଜବତ ହୋଇଥିବା ଚୋରା ମଦ ସହ ଦୁଇ ମଦ ବେପାରୀଙ୍କୁ ଥାନାରେ ଅଟକ ରଖାଯାଇଛି । ତେବେ ଗତ କିଛି ଦିନ ହେବ ବାରମ୍ବାର ଧର୍ମଶାଳା ପୋଲିସ ପକ୍ଷରୁ ଚୋରା ମଦ ବେପାରୀଙ୍କ ଉପରେ ଚଢାଉ କରାଯାଇଛି ଓ ସଫଳତା ବି ମଧ୍ୟ ମିଳିପାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.