ବଜ୍ରକାପ୍ତା ଚୋରାଚାଲାଣରେ ବିଦେଶୀ ଲିଙ୍କ୍ : କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଛାନ୍‌ଭିନ୍, ଏପର୍ଯ୍ୟନ୍ତ ୧୬ ଗିରଫ

Published By : Prameya-News7 Bureau | January 05, 2020 IST

ଆଠଗଡ ୫।୧: ବିଲୁପ୍ତ ପ୍ରାୟ ପ୍ରଜାତିର ପ୍ରାଣୀ ବଜ୍ରକାପ୍ତା ଚୋରା ଚାଲାଣ ମାମଲାରେ ଅଡ଼ୁଆ ସୂତାର ଖିଅ ଖୋଲୁଛି ଆଠଗଡ଼ ବନବିଭାଗ । ପ୍ରଥମେ ଗୁରୁଡିଝାଟିଆ ପୋଲିସଠାରୁ ଏହି ଘଟଣାର ସୁରାକ ଆଠଗଡ଼ ବନବିଭାଗ ପାଇବା ପରେ ବିଭାଗ ପକ୍ଷରୁ ଷ୍ଟିଙ୍ଗ୍ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହାର ତଥ୍ୟ ସହ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓ ଆଧାରରେ ଏପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଠଗଡ଼ ବନବିଭାଗ ।

{"id":207104,"sizeSlug":"large"}

ଏଥିସହିତ ଜାତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ସହଯୋଗରେ ୧୦ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଏହି ମାଫିଆ ଗ୍ୟାଙ୍ଗର ଚେର ବିଦେଶକୁ ଲମ୍ବିଥିବା ସୂଚନା ମିଳିଥିଲା। ଏହା ମଧ୍ୟରେ ରାଜ୍ୟ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟାକ୍ସ ଫୋର୍ସର ଦୁଇ ଜଣିଆ ଟିମ୍ ଆସି ତଦନ୍ତ କରି ଫେରିଯାଇଛନ୍ତି।

{"id":207103,"sizeSlug":"large"}

ବନବିଭାଗ ସ୍କାନରରେ ଥିବା ଆଉ କିଛି ମାଫିଆ ଗ୍ୟାଙ୍ଗର ସଦସ୍ୟ ଫେରାର ଥିବାବେଳେ ଆଗକୁ ଏମିତି ଚଢ଼ାଉ ଜାରି ରଖି ଏମିତି ଚୋରା ଚାଲାଣ କାରୀଗ୍ୟାଙ୍ଗର ମୁଳୋତ୍ପାଟନ କରାଯିବ ବୋଲି କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.