ଶ୍ରୀମନ୍ଦିର ଓ୍ୱାଚ ଟାଓ୍ୱାରରେ ଚଢି ଫଟୋ ଉଠାଇଲେ ବିଦେଶିନୀ

Published By : Prameya-News7 Bureau | December 29, 2019 IST

ପୁରୀ ୨୯।୧୨ - ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଥିବା ପୁଲିସ ଓ୍ୱାଚ୍ ଟାୱାର୍ ଉପରେ ଚଢି ଚାରିଜଣ ବିଦେଶୀନି କୋଇଲି ବୈକୁଣ୍ଠ ସହ ସଲଗ୍ନ ବିଭିନ୍ନ ନିଷିଧାଞ୍ଚଳର ଭିଡିଓ ଓ ଫଟୋ ଉତ୍ତୋଳନ କଲେ। ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭିତରକୁ ବିଦେଶୀନିଙ୍କର ଏପରି ବିନା ବାଧାରେ ପ୍ରବେଶ ପ୍ରମାଣିତ କରୁଛି,,ଯେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ଓ ପୁରୀ ପୋଲିସ କେତେ ସମ୍ବେଦନଶୀଳ ଓ ସଚେତନ। 

{"id":204080,"sizeSlug":"large"}

ଯେଉଁଠି ଶ୍ରୀମନ୍ଦିର ସୁରକ୍ଷା କଥା ଆସୁଛି,,,ସେହି ଶ୍ରୀମନ୍ଦିରରେ ବାରମ୍ବାର ଭିତର ବେଢାର ଦୃଶ୍ୟ  ଭାଇରାଲ୍ ହେଉଛି। ସୁରକ୍ଷାକର୍ମୀଙ୍କ ଅବେହେଳା ମଧ୍ୟ ପଦାରେ ପଡୁଛି। ତେଵେ ପୁଣି ଏକ ଏଭଳି ଘଟଣା ଘଟିଛି ।

 ୱାଚ୍ ଟାୱାର ଉପରେ ଚଢିଯାଇ ଶ୍ରୀମନ୍ଦିର ଭିତର ଦୃଶ୍ୟକୁ ମୋବାଇଲ ଓ କ୍ୟାମେରା ଯୋଗେ ଉତ୍ତୋଳନ କରିବାର ଭିଜୁଆଲ୍ ନ୍ୟୁଜ୍7 ହାତରେ ଲାଗିଛି। ତେବେ ପୁଣିଥରେ ସୁରକ୍ଷାକର୍ମୀଙ୍କ ଅଵେହେଳା ନଜରକୁ ଆସିଛି।

{"id":204081,"width":571,"height":913,"sizeSlug":"large"}

ଶ୍ରୀମନ୍ଦିର ମେଘନାଦ ପାଚେରି ଠାରୁ ୭୫ ମିଟର ସୁରକ୍ଷା ଜୋନରୁ କିଭଳି ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ ତାହା ବର୍ତ୍ତମାନର ସବୁଠାରୁ ବଡ ପ୍ରସଙ୍ଗ ଚାଲିଛି। କିନ୍ତୁ ବାସ୍ତବରେ ଏଭଳି ଭିଜୁଆଲ୍ ବୟାନ୍ କରୁଛି ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କେତେ ତତ୍ପର

ଓ୍ୱାଚ୍ ଟାଓ୍ୱାର ଉପରେ ସୁରକ୍ଷାକର୍ମୀ ରହିବା କଥା। କିନ୍ତୁ ସୁରକ୍ଷାକର୍ମୀଙ୍କ ଅଵେହେଳା ବା ଅନୁପସ୍ଥିତ କାରଣରୁ ଅନ୍ୟମାନେ ଏହା ଉପରେ ଚଢିବାର ସୁଯୋଗ ପାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.