Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୫୩୭ ବଲିୟନ ଡଲାରରେ ପହଞ୍ଚିଲା ବିଦେଶୀ ମୁଦ୍ରାଭଣ୍ଡାର, ସ୍ୱର୍ଣ୍ଣ ଭଣ୍ଡାରରେ ୩୩ କୋଟି ଡଲାର ହ୍ରାସ

29/08/2020 at 3:57 PM

ମୁମ୍ବାଇ ୨୯।୮:  ଅଗଷ୍ଟ ଶେଷ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୨୯୬ ବିଲିୟନ ଡଲାର ବୃଦ୍ଧି ହୋଇଛି। ଫଳରେ ମୋଟ ବିଦେଶୀ ମୁଦ୍ରା ଭଣ୍ଡାର କ୍ଷମତା ୫୩୭ ବିଲିୟନ ଡଲାରରେ ପହଞ୍ଚିଥିବା  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟରୁ ଜଣାପଡିଛି।  ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ୨.୯୩୯ ବିଲିୟନ ଡଲାରହ୍ରାସ ହୋଇ ୫୩୫.୨୫୨ ବିଲିୟନ ଡଲାରକୁ ହ୍ରାସ ହୋଇଥିଲା।

ତେବେ ଅଗଷ୍ଟ ମାସ ଆରମ୍ଭ ସପ୍ତାହରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ବେଶ ମଜଭୁତ ଥିଲା। ୩ ଅଗଷ୍ଟରେ ଶେଷ ହୋଇଥିବା ସପ୍ତାହରେ ୩.୬୨୩ ବିଲିୟନ ଡଲାର ବୃଦ୍ଧି ସହ ମୁଦ୍ରାଭଣ୍ଡାର ୫୩୮.୧୯୧ ବିଲିୟନ ଡଲାରରେ ପହଞ୍ଚିଥିଲା। ତେବେ ଏହି ସମୟରେ ଦେଶର ସ୍ୱର୍ଣ୍ଣଭଣ୍ଡାରରେ ହ୍ରାସ ପରିଲକ୍ଷିତ ହୋଇଛି। ୩୩.୧ କୋଟି ଡଲାର ହ୍ରାସ ସହ ୩୭.୨୬୪ ବିଲିୟନ ଡଲାରରେ ପହଞ୍ଚିଯାଇଛି।

ତେବେ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ରୁ ବିଶେଷ ଆହରଣ ଅଧିକାର ୨୦ଲକ୍ଷ ଡଲାର ବୃଦ୍ଧି ସହ ୧.୪୮୧ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସମୟରେ ଆଇଏମଏଫରେ ଦେଶର ଆରକ୍ଷିତ  ଭଣ୍ଡାର ୬୦ ଲକ୍ଷ ଡଲାର ବଢି ୩.୬୩୪ ବିଲିୟନ ଡଲାରରେ ପହଞ୍ଚିଛି। ବୈଦେଶିକ ମୁଦ୍ରାଭଣ୍ଡାର ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଗଛିତ ପରିସମ୍ପତ୍ତି। ଯାହାକୁ ଆବଶ୍ୟକ ପଡିଲେ ନେଣଦେଣ ଲାଗି ଆରବିଆଇ ଉପଯୋଗ କରିଥାନ୍ତି।

   Related Posts