୨୦ ହଜାରରୁ ଅଧିକ ଡାକ୍ତର କୋଭିଡ ଚିକିତ୍ସା ଅଭିଯାନରେ ସାମିଲ ହେବାକୁ ଚାହୁଁଛନ୍ତି, କରିଛନ୍ତି ଅନୁରୋଧ, କିନ୍ତୁ ଅନୁମତି ଦେଉନାହାଁନ୍ତି ସରକାର

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ, ୨୧|୦୬:  ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି ।ଏହା ମଧ୍ୟରେ ବିଦେଶର ପ୍ରାୟ ୨୦ ହଜାର ଡାକ୍ତର ଭାରତରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ ଚାହାଁନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏପରିକି କୌଣସି ପରୀକ୍ଷା ନକରାଇ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁମତି ମିଳୁ ବୋଲି ସେମାନେ ସରକାରଙ୍କୁ କହିଛନ୍ତି । କିନ୍ତୁ ସରକାର ସେମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଅଲ୍ ଇଣ୍ଡିଆ ଫରେନ୍ ମେଡିକାଲ ଗ୍ରାଜୁଏଟସ୍ ଆସୋସିଏସନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗତ ମାର୍ଚ୍ଚ ମାସରେ ଚିଠି ଲେଖି ଥିଲେ । କରୋନା ବିରୋଧରେ ଲଢିବା ପାଇଁ ସେମାନଙ୍କୁ ଲାଇସେନ୍ସ ମିଳୁ ବୋଲି ସେମାନେ ଅନୁରୋଧ ମଧ୍ୟ କରିଥିଲେ । ଆଉ କିଛି ବିଦେଶୀ ଡାକ୍ତର ସରକାରଙ୍କୁ ଜୁନ ମାସରେ ମଧ୍ୟ ଚିଠି ଲେଖିଛନ୍ତି । ଏହି ଡାକ୍ତରଙ୍କ ମଧ୍ୟରେ ଚୀନ, ୟୁକ୍ରେନ, ରୁଷିଆ, ବାଂଲାଦେଶ, ଫିଲାପାଇନସ, ନେପାଳ, କାଜାଖସ୍ଥାନର ବିଭିନ୍ନ ମେଡିକାଲ କଲେଜରୁ ପାସ୍ କରିଥିବା ଗ୍ରାଜୁଏଟ୍ ରହିଛନ୍ତି । ସେମାନଙ୍କୁ ଭାରତୀୟ ମେଡିକାଲ କାଉନସିଲର ପରୀକ୍ଷାରେ ଉତୀନ୍ନ ହେବାକୁ ପଡିବ ।  ତେବେ ଆମେରିକା, ୟୁକେ, ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜିଲାଣ୍ଡରୁ ପାସ୍ କରିଥିବା ଡାକ୍ତରମାନଙ୍କୁ ଏହି ପରୀକ୍ଷା ଦେବାର ଆବଶ୍ୟକତା ନାହିଁ ।

ବିଦେଶୀ ଡାକ୍ତରମାନେ କହିଛନ୍ତି ଯେ, ଭାରତରେ ଡାକ୍ତରଙ୍କ ଅଭାବ ରହିଛି । ପ୍ରତି ୧୪୫୭ ନାଗରିକରେ ଜଣେ ଡାକ୍ତର ରହିଛନ୍ତି ।  ଏପରି କେତେକ ମୂଳ ଭାରତୀୟ ଅଛନ୍ତି ଯେଉଁମାନେ ବିଦେଶରେ ସେମାନଙ୍କ ମେଡିକାଲ ଶିକ୍ଷା ସମାପ୍ତ କରିଛନ୍ତି । ସେମାନେ ଏମସିଆଇର ସ୍କ୍ରିନିଂ ଟେଷ୍ଟକୁ ଅପେକ୍ଷା କରିଛନ୍ତି । ଏହାସହ ୨୦ ହଜାରରୁ ଅଧିକ ଏମବିବିଏସ ଡାକ୍ତର ଓ ୩୦୦୦ ସ୍ପେଶାଲିଷ୍ଟ ଭାରତରେ କାମ କରିବାକୁ ଆଗ୍ରହୀ । ଏହାସହ ସରକାର ସେମାନଙ୍କୁ ଏମସିଆଇ ପରୀକ୍ଷା ଦେବାରୁ ଛାଡ କରନ୍ତୁ ବୋଲି ସେମାନେ କହିଛନ୍ତି ।

ସରକାରୀ ସୂତ୍ରାନୁସାରେ, ଅଧିକାଂଶ ବିଦେଶରେ ପାଠ ପଢିଥିବା ଡାକ୍ତର ଏମସିଆଇ ପରୀକ୍ଷାରେ ଉତୀନ୍ନ ହୋଇପାରୁ ନାହାଁନ୍ତି । ୮୦ ପ୍ରତିଶତରୁ ଅଧିକ ଏମବିବିଏସସ  ପରୀକ୍ଷାରେ ବିଫଳ ହେଉଛନ୍ତି । ୨୦୧୮-୧୯ରେ ମାତ୍ର ୧୫ ପ୍ରତିଶତ ବିଦେଶୀ ଡାକ୍ତର ହିଁ ଏମସିଆଇ ପରୀକ୍ଷାରେ ପାସ୍ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.