ରେଡିଓ, ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ - ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି।
ଏହା ଦ୍ୱାରା ଲାଭ:
ବିଦେଶୀ ପ୍ରସାରକମାନଙ୍କ ସହିତ ବୁଝାମଣା ଫଳରେ ସାର୍ବଜନୀକ ପ୍ରସାରକ ମାନେ ନୂତନ ଦୃଷ୍ଟିକୋଣ ଓ ପ୍ରାଦ୍ୟୋଗିକୀ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିବେ । ଏହାଗଣ ମାଧ୍ୟମର ଉଦାରୀକରଣ ଏବଂ ଜଗତିକରଣରେ ମଧ୍ୟ ସହାୟକହେବ।
ଏହାର ମୁଖ୍ୟ ପ୍ରଭାବ:
ପ୍ରଯୁକ୍ତିବିଦ୍ୟା, ବିଶେଷଜ୍ଞତାର ଆଦାନ-ପ୍ରଦାନ ଓ କର୍ମଚାରୀଙ୍କ ପ୍ରଶିକ୍ଷଣ ଫଳରେ ସାର୍ବଜନୀକ ପ୍ରସାରକମାନଙ୍କୁ ପ୍ରସାରଣକ୍ଷେତ୍ରରେ ନୂତନ ଆହ୍ୱାନର ମୁକାବିଲା କରିବାରେ ସହାୟତା ମିଳିବ। ପାରସ୍ପରିକ ସହଯୋଗରେ ପ୍ରସ୍ତୁତକାର୍ଯ୍ୟକ୍ରମର ପ୍ରସାରଣ ଫଳରେ ଦୂରଦର୍ଶନ ଓ ଆକାଶବାଣୀର ଦର୍ଶକ/ଶ୍ରୋତାଙ୍କ ମଧ୍ୟରେ ସମତା ଓ ସମାବେଶନର ବାତାବରଣ ନିର୍ମିତହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.