ଯାଜପୁରରୁ ବିରଳ ବିଦେଶୀ ପକ୍ଷୀ ଉଦ୍ଧାର, ପଠାଯିବ ନନ୍ଦନକାନନ

Published By : Prameya-News7 Bureau | May 28, 2019 IST

ଯାଜପୁର ୨୮|୫: ଯାଜପୁର କୋରେଇ ବ୍ଲକ୍ ଅନ୍ତର୍ଗତ ପଚ୍ଛିକୋଟ ପଂଚାୟତର ବଉଳା ଗଡ ଗାଁର ଜୁଳି ଖଟୁଆଙ୍କ ବାଡିରୁ ଗତକାଲି ଏକ ବିଦେଶୀ ପକ୍ଷୀକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ପକ୍ଷୀଟିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଭିଡ ଜମିଥିଲା ।

{"id":116805}

ପକ୍ଷୀଟିର ଉଚତା ପ୍ରାୟ ୩ ଫୁଟରୁ ଉର୍ଦ୍ଧ୍ବ ହେବ ।  ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ପକ୍ଷୀଟି ପଡିଯାଇଥିବା ଅନୁମାନ କରାଯାଉଛି । ହଠାତ୍ ପକ୍ଷୀଟି ବାଡିରେ ପଡିବା ପରେ ଗ୍ରାମବାସୀ ମାନେ ପକ୍ଷୀଟିକୁ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ସେମାନେ ଏଭଳି ପ୍ରଜାତିର ପକ୍ଷୀଟି ଆଗରୁ କେବେ ବି ଦେଖିନଥିବା ବନ ବିଭାଗକୁ କହିଥିଲେ ।

{"id":116806}

ବନ ବିଭାଗ ପକ୍ଷରୁ ଫରେଷ୍ଟର ବେଣୁଧର ବେହୁରା ଘଟଣାସ୍ଥଳରେ ପହଂଚି ଲୋକମାନଙ୍କଠାରୁ ପକ୍ଷୀଟିକୁ ଉଦ୍ଧାର କରିଥିଲେ। ଏହାର ରକ୍ଷଣା ବେକ୍ଷଣା ପାଇଁ ନନ୍ଦନକାନନ ପଠାଯିବ ବୋଲି ଫରେଷ୍ଟର ଦେବେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ପକ୍ଷୀଟିର ନାଁ ହାଡଗିଳା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.