ଆମର କି ଦେ।ଷ ଥିଲା, କାହିଁକି ଆମକୁ ଏ ଦଣ୍ଡ -କେ।ହ ଭରା କଣ୍ଠରେ ଏମିତି ପ୍ରଶ୍ନ କରିଛନ୍ତି ବାଞ୍ଛାନିଧି, ନିର୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍‌ ନ ଦେବାରୁ ୧୨ ବର୍ଷ ହେଲା ଗାଁରୁ ବାସନ୍ଦ

Published By : Prameya-News7 Bureau | November 28, 2019 IST

ବଲାଙ୍ଗୀର ୨୮।୧୧ -  ନିର୍ବାଚନ ହେଲା । କିଏ ଜିତିଲା କିଏ ହାରିଲା । ଯିଏ ଯାହା ବାଟରେ ପଳେଇଲେ । କିନ୍ତୁ ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କୁ ଭେ।ଟ୍ ନଦେଇ ଦଣ୍ଡ ଭେ।ଗିଲେ ଗେ।ଟିଏ ପରିବାର । ୧୨ବର୍ଷ ହେଲା ବାସନ୍ଦ ବଲାଙ୍ଗୀର ଜାମଝର ଗାଁର ବାଞ୍ଛାନିଧି ନାଏକଙ୍କ ପରିବାର । ଗାଁ ଭାଇ, ସାଙ୍ଗସାଥୀ ସମସ୍ତେ ମୁହଁ ମେ।ଡି ଦେଇଥିବା ବେଳେ ପିଲାଙ୍କ ପାଠରେ ଲାଗିଛି ଡେ।ରି ।

{"id":191224,"sizeSlug":"large"}

ଆମର କି ଦେ।ଷ ଥିଲା । କାହିଁକି ଆମକୁ ଏ ଦଣ୍ଡ । କେ।ହ ଭରା କଣ୍ଠରେ ଏମିତି ପ୍ରଶ୍ନ କରିଛନ୍ତି ବାଞ୍ଛାନିଧି । ଏ ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ସଦର ଥାନା ଜାମଝର ଗାଁ ବାସିନ୍ଦା । କିନ୍ତୁ ଗାଁ ସହ ତାଙ୍କର କିଛି ସମ୍ପର୍କ ନାହିଁ । ଯାଯାବର ଜୀବନ ଜିଉଁଛନ୍ତି ବାଞ୍ଛାନିଧିଙ୍କ ପରିବାର । ଗାଁକୁ ଯିବାକୁ ସେମାନଙ୍କୁ ମନା । ଗାଁ ଯୁବକ ଗେ।ଷ୍ଠୀ କେନ୍ଦ୍ରରେ ତାଙ୍କ ପିଲାଙ୍କୁ ପାଠ ପଢିବାକୁ ମନା । ପର୍ବପର୍ବାଣୀ ହେଲେ ଛାତିରେ କଷ୍ଟକୁ ଚାପି ରଖିବା ଛଡା କିଛି ଉପାୟ ନାହିଁ । ବିନା ଦେ।ଷରେ ୧୨ବର୍ଷ ହେଲା ଏଭଳି ଜୀବନ ଜିଇଁବାକୁ ବାଧ୍ୟ ହେ।ଇଛନ୍ତି ଏହି ପରିବାର । ଦେ।ଷ କେବଳ ଏତିକି ଥିଲା । ନିର୍ଦ୍ଧିଷ୍ଟ ଦଳର ପ୍ରାର୍ଥୀଙ୍କୁ ଏମାନ ଭେ।ଟ୍ ଦେଇ ନଥିଲେ । ଯେଉଁଥିପାଇଁ ଗାଁ ବାହାରେ ଦୟନୀୟ ଅବସ୍ଥାରେ ବଞ୍ଚୁଛନ୍ତି ଏହି ପରିବାର ।

{"id":191225,"sizeSlug":"large"}

ଭୟରେ ଗାଁ ଛାଡିଲେ ସିନା । ହେଲେ ଏବେବି ଗାଁକୁ ଝୁରି ହେଉଛନ୍ତି ବାଞ୍ଛାନିଧିଙ୍କ ପରିବାର । ବାସନ୍ଦ ହେବା ପରଠୁ ଗାଁକୁ ଫେରିବାକୁ ଜିଲ୍ଲାପାଳ, ଏସପିଙ୍କୁ ବାରମ୍ବାର ଲିଖିତ ଅଭିଯେ।ଗ କରିଛନ୍ତି । କିନ୍ତୁ କେହି ତାଙ୍କ କଥା ଶୁଣିନାହାନ୍ତି । ସବୁ ଆଡୁ ନିରାଶ ହେବା ପରେ ନ୍ୟୁଜ୍ ସେଭେନକୁ ସହାୟତା ମାଗିଛନ୍ତି ବାଞ୍ଛାନିଧି । ଅନ୍ୟପଟେ ଗାଁରେ ବିଭିନ୍ନ ପର୍ବପର୍ବାଣୀରେ ଚାନ୍ଦା ଦେବାକୁ ପଡିବ ବେ।ଲି ବାହାନା କରି ଗାଁ ବାହାରେ ରହୁଥିବା କହିଛନ୍ତି ଗ୍ରାମବାସୀ । ଯଦି ବାଞ୍ଛାନିଧିଙ୍କ ପରିବାର ଚାହିଁବେ ଗାଁକୁ ଫେରିପାରିବେ ।

{"id":191226,"sizeSlug":"large"}

ବିନା ଦେ।ଷରେ ୧୨ ବର୍ଷ ହେଲା ଦଣ୍ଡ ଭେ।ଗୁଛନ୍ତି ଏହି ପରିବାର । ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ଏହି ପରିବାରକୁ ନିଜ ଭିଟାମାଟିକୁ ଫେରାଇ ଆଣିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.