ଚାର ଦେ।ସ୍ତ ଦେ। ଦିଲ୍, ଓନଲି ଫର ହକି : ଚାରିଜଣ ସାଙ୍ଗ ଦୁଇଟି ଟିମରେ ବିଭକ୍ତ ହେ।ଇ ଦୁଇଟି ଟିମକୁ ଅଲଗା ଅଲଗା ସପେ।ର୍ଟ କରୁଛନ୍ତି

Published By : Prameya-News7 Bureau | November 30, 2018 IST

ଭୁବନେଶ୍ବର ୩୦|୧୧: ଚାର ଦେ।ସ୍ତ ଦେ। ଦିଲ୍ । ଓନଲି ଫର ହକି । ହକି ମ୍ୟାଚ୍ ଦେଖିବା ଲାଗି ବହୁତ ଫ୍ୟାନ୍ ଆସୁଛନ୍ତି ଭିନ୍ନ ଭିନ୍ନ ବେଶ ହେ।ଇ । କିନ୍ତୁ ଆମେ ଯେଉଁ ଫ୍ୟାନ୍ କଥା କହିବୁ ସେମାନେ ଟିକେ କିଛି ଅଲଗା ପ୍ରକାରର । ଚାରିଜଣ ସାଙ୍ଗ ଦୁଇଟି ଟିମ୍ ରେ ବିଭକ୍ତ ହେ।ଇ ଦୁଇଟି ଟିମ୍ କୁ ଅଲଗା ଅଲଗା ସପେ।ର୍ଟ କରିଥାନ୍ତି । ମାନେ ଦୁଇ ଜଣ ଆର୍ଜେଣ୍ଟିନା କୁ ଦୁଇ ଜଣ ସ୍ପେନ୍ କୁ  ଉତ୍ସାହିତ କରିବେ । ପୂରା ବିଶ୍ବ କପ୍ ରେ ସବୁ ଦେଶକୁ ଚିୟରଅପ୍ କରିବେ ଚାର୍ ଦେ।ସ୍ତ ଦେ। ଦିଲ୍ ବାଲେ ଟିମ୍ । ଏମାନେ ହେଉଛନ୍ତି ସୌର ରଞ୍ଜନ ଜେନା, ସମୀର ରାୟଗୁରୁ, କମରୁଲ ଭାରତ ଏବଂ ଲକ୍ଷ୍ମୀକାନ୍ତ ସାହୁ | ଦେଖିବା ଏ ରିପେ।ର୍ଟ । ଏମାନେ ହେଉଛନ୍ତି ଚାରି ହକି ଫ୍ୟାନ୍ ଆଉ ସାଙ୍ଗ ବି । ଭୁବନେଶ୍ବରରେ ରୁହନ୍ତି ।  ବିଶ୍ବ କପ୍ ଲାଗି ଆହୁରି ଦେ।ସ୍ତି ବଢିଯାଇଛି ଏମାନଙ୍କର । ଏମାନେ ପ୍ରତିଦିନ ମ୍ୟାଚ୍ ଦେଖୁଛନ୍ତି । ଏମାନେ କୌଣସି ଦେଶର ନିର୍ଧିଷ୍ଠ ସମର୍ଥକ ନୁହନ୍ତି ସତ କିନ୍ତୁ ଯେଉଁଦିନ ଯାହାର ମ୍ୟାଚ୍ ଥିବା ତାଙ୍କୁ ହିଁ ସପେ।ର୍ଟ କରନ୍ତି । ମଥାରେ ଚିୟର୍ରପ୍ କରିବା ପାଇଁ ଦେଶର ନାଁ ଲେଖିଥାନ୍ତି । ଚଳିତ ବିଶ୍ବକପ୍ ରେ  ଖେଳାଯାଇଥିବା ସବୁ ମ୍ୟାଚ୍ ରେ ବେଲଜିୟମ କାନାଡ଼ା,ଭାରତ-ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ସ୍ପେନ୍ , ଫ୍ରାନ୍ସ ଓ ନ୍ୟୂଜଲାଂଡ଼କୁ ସମର୍ଥନ କରିସାରିଛନ୍ତି । ଆଗକୁ ବି ପ୍ରତି ମ୍ୟାଚ୍ ରେ ଏମିତି ଚିୟରଅପ୍ କରିବେ ସବୁ ଟିମ୍ କୁ । ହକି ଲଭ୍ ରେ ପଡ଼ି ସମସ୍ତଙ୍କୁ ହକେରିଆ ହେ।ଇଯାଇଛି । ଟିମ୍ କୁ ଉତ୍ସାହିତ କରିବା ସହିତ ଗ୍ୟାଲେରୀରେ ଉପସ୍ଥିତ ଥିବା ଦର୍ଶକଙ୍କୁ ଉତ୍ସାହିତ କରୁଛନ୍ତି । ୧୦ ବର୍ଷ ହେଲା ଦେ।ସ୍ତି ରହିଛି ଏହି ଚାରି ଜଣଙ୍କ ଭିତରେ । ସମସ୍ତେ ରିଲାଏନସ ରେ କାମ କରନ୍ତି । ସୌର ହେଉଛନ୍ତି ଷ୍ଟେଟ ହେଡ଼୍ । ଆଉ ତିନିଜଣ ହେଉଛନ୍ତି କର୍ମଚାରୀ । କିନ୍ତୁ ହକି ପାଇଁ ନେ। ବସ୍ ଓନଲି ଫ୍ରେଂଡ଼୍ ଫର୍ମୁଲା ଆପଣେଇଛନ୍ତି । ସମସ୍ତେ ପୁଣି ଭିନ୍ନ ଭିନ୍ନ ସମ୍ପ୍ରଦାୟର । କୌଣସି ଦେଶ ମନ ଊଣା କରି ଭୁବନେଶ୍ବରରୁ ନଫେରୁ ସେଥିପାଇଁ ଧ୍ୟାନ ଦେଇଛନ୍ତି ଚାରଜଣ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.