ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ ପରେ କୋରାପୁଟ ଏବଂ ମାଲକାନଗିରିରେ ହାଇଆଲର୍ଟ
24/09/2018 at 11:03 AM

ମାଲକାନଗିରି ୨୪|୯: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆରକୁରେ ମାଓବାଦୀଙ୍କ ବର୍ବରକାଣ୍ଡ ପରେ କୋରାପୁଟ ଏବଂ ମାଲକାନଗିରିରେ ହାଇଆଲର୍ଟ । ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। କମ୍ବିଂକୁ ଜୋରଦାର କରାଯିବା ସହ ବିଭିନ୍ନ ସୁରକ୍ଷା ବଳକୁ ସତର୍କ କରାଇ ଦିଆଯାଇଛି। ଗତକାଲି ଆରକୁର ବିଧାୟକ କେ. ସର୍ବେଶ୍ବର ରାଓ ଏବଂ ପୂର୍ବତନ ବିଧାୟକ ଶିଭିରି ସୋମାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡରେ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ହାତ ଥିବା ସନ୍ଦେହ କରାଯାଉଛି। ଟପ୍ ମାଓ ନେତା ରାମକ୍ରିଷ୍ଣା ଏହାର ମାଷ୍ଟର ମାଇଣ୍ଡ ବୋଲି ଅନୁମାନ କରାଯାଉଛି। ହତ୍ୟାକାଣ୍ଡ ପରେ ଆନ୍ଧ୍ର ପୁଲିସ କମ୍ବିଂ ଅପରେସନ ଆରମ୍ଭ କରି ଦେଇଥିବାରୁ ମାଓବାଦୀମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି।ତେଣୁ ଏହା ପୁଲିସର ଚିନ୍ତା ବଢାଇ ଦେଇଛି ।