ଦୁନିଆର ସବୁଠାରୁ ଅଧିକ ଅରବପତି ରୁହନ୍ତି ଏହି ସହରରେ, ନ୍ୟୁୟର୍କକୁ ପଛରେ ପକାଇଲା ବେଜିଂ, ଜାଣନ୍ତୁ ମୁମ୍ୱାଇର ସ୍ଥିତ
8/04/2021 at 10:35 PM

ନୂଆଦିଲ୍ଲୀ, ୦୮/୦୪: ଚୀନ୍ର ରାଜଧାନୀ ବେଜିଂରେ ଦୁନିଆର ସବୁଠାରୁ ଅଧିକ ଅରବପତି ରହୁଥିବା ଜଣାପଡ଼ିଛି । ବିଜ୍ନେସ୍ ମାଗାଜିନ୍ ଫୋର୍ବସ୍ ଜାରି କରିଥିବା ଅରବପତିଙ୍କ ଲିଷ୍ଟ୍ରେ ଏପରି ତଥ୍ୟ ସମ୍ନାକୁ ଆସିଛି । ରୋପୋର୍ଟ ମୁତାବକ, ଗତ ବର୍ଷ ବେଜିଂରେ ୩୩ ଜଣ ଅରବପତି ଯୋଡ଼ି ହୋଇଛନ୍ତି । ଏହାପରେ ବର୍ତ୍ତମାନ ବେଜିଂ ନ୍ୟୁୟର୍କକୁ ମଧ୍ୟ ପଛରେ ପାକାଇ ଦେଇଛି । ଫଳରେ ସିଧା ଚତୁର୍ଥ ସ୍ଥାନରୁ ପ୍ରଥମ ସ୍ଥାନରେ ପହଞ୍ଚିଯାଇଛି । ଏହି ଲିଷ୍ଟରେ ଗତ ବର୍ଷ ନ୍ୟୁୟର୍କ ସିଟି ପ୍ରଥମ ସ୍ଥାନରେ ଥିଲା । ତଥ୍ୟ ଅନୁସାରେ ବେଜିଂରେ ଅରବପତିଙ୍କ ସଂଖ୍ୟା ୧୦୦ ହୋଇଯାଇଛି । ନ୍ୟୁୟର୍କରେ ଏହି ସଂଖ୍ୟା ୯୯ରେ ରହିଛି ।
ଅରବପତି ରହୁଥିବା ୧୦ଟି ସହରର ଲିଷ୍ଟ-
୧-ବେଜିଂ
୨-ନ୍ୟୁୟର୍କ
୩-ହଂଗକଂଗ
୪-ମସ୍କୋ
୫-ସେନ୍ଝେନ୍
୬-ସଂଘାଇ
୭-ଲଣ୍ଡନ
୮-ମୁମ୍ୱାଇ
୯- ସନ୍ ଫ୍ରାନ୍ସିକୋ
୧୦-ହଂଗ୍ଝୋ
ଫୋର୍ବସ୍ ଅନୁଯାୟୀ ଆମେରିକାର ଯେକୌଣସି ଦେଶ ତୁଳନାରେ ସର୍ବାଧିକ ୭୨୪ ଆରବପତି ଅଛନ୍ତି । ଏହା ପରେ ଚାଇନା ୬୯୮ ଅରବପତିଙ୍କ ସହ ଦ୍ୱିତୀୟ ସ୍ଥାନରେ ଏବଂ ୧୪୦ ଅରବପତିଙ୍କ ସହ ଭାରତ ତୃତୀୟ ସ୍ଥାନରେ ରହିଛି । ଏହା ପରେ ଜର୍ମାନୀ ଏବଂ ଋଷ ଲିଷ୍ଟରେ ଅଛନ୍ତି । କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଆମାଜନ ସିଇଓ ତଥା ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ୱର କୋଟିପତି ତାଲିକାରେ ଶୀର୍ଷରେ ଅଛନ୍ତି । ଫୋର୍ବସ୍ କହିଛି ଯେ, ବେଜୋସ୍ଙ୍କର ୧୭୭ ବିଲିୟନ ଡ଼ଲାରର ସମ୍ପତ୍ତି ଅଛି, ଯାହା ଏକ ବର୍ଷ ପୂର୍ବେ ୬୪ ବିଲିୟନ ଡ଼ଲାର ଥିଲା ।
ଏହି ତାଲିକାର ଅନ୍ୟ ଏକ ସ୍ଥାନରେ ସ୍ପେସ୍ ଏକ୍ସର ପ୍ରତିଷ୍ଠାତା ଏଲୋନ୍ ମସ୍କ ଅଛନ୍ତି । ତାଙ୍କର ସମ୍ପତ୍ତି ଡଲାର ଦୃଷ୍ଟିରୁ ସର୍ବାଧିକ ବୃଦ୍ଧି ପାଇଛି। ପୂର୍ବ ବର୍ଷ ତୁଳନାରେ ମସ୍କଙ୍କର ମୋଟ ସମ୍ପତ୍ତି ୧୨୬.୪ ବିଲିୟନ ଡ଼ଲାରରୁ ବୃଦ୍ଧି ପାଇ ୧୫୧ ବିଲିୟନ ଡ଼ଲାରରେ ପହଞ୍ଚିଛି । ଗତ ବର୍ଷ ସେ ୨୪.୬ ବିଲିୟନ ଡ଼ଲାର ସହିତ ତାଲିକାର ୩୧ ତମ ସ୍ଥାନରେ ରହିଥିଲେ ।