ଫୋର୍ବ୍ସ ତାଲିକାରେ ମୋଷ୍ଟ ପାୱାରଫୁଲ୍ ଓମ୍ୟାନ୍ ଆଞ୍ଜେଲା ମାର୍କେଲ, ୩୪ ନମ୍ବରରେ ନିର୍ମଲା ସୀତାରମଣ

Published By : Prameya-News7 Bureau | December 13, 2019 IST

ନୂଆଦିଲ୍ଲୀ ତା ୧୩।୧୨ :  ଜର୍ମାନ ଚାଲସେଲର ଆଞ୍ଜେଲା ମାର୍କେଲ ପୁଣି ଟପ୍  । ଫୋର୍ବସ ତାଲିକାରେ  ପୁଣିଥରେ ମାର୍କେଲ  ବିଶ୍ୱର ମୋଷ୍ଟ ପାୱାରଫୁଲ ଓମ୍ୟାନ ଆଖ୍ୟା ପାଇଛନ୍ତି ।ଏହା ସହ ଲଗାତର  ନବମ ଥର ଲାଗି ଜର୍ମାନୀର  ଏହି  ଶାସନମୁଖ୍ୟ ଫୋର୍ବସ ସର୍ଭେରେ ଟପ୍ ହୋଇଛନ୍ତି । ୬୫ ବର୍ଷୀୟ ରାଜନେତ୍ରୀ ଶରଣାର୍ଥୀ ପ୍ରସଙ୍ଗରେ ପ୍ରଶଂସିତ । ସିରିଆର ୧ ନିୟୁତ ଶରଣାର୍ଥୀଙ୍କୁ ନିଜ ଦେଶରେ ଆଶ୍ରୟ ଦେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ ।

{"id":197110,"sizeSlug":"large"}

ତେବେ ଫୋର୍ବସର ଏହି ସବୁଠୁ  ଶକ୍ତିଶାଳୀ ମହିଳାଙ୍କର ଏହି ତାଲିକାରେ ୩୪ ନମ୍ବର  ସ୍ଥାନରେ ଭାରତର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ପ୍ରତିବର୍ଷ  ରାଜନୀତି , ବ୍ୟବସାୟ ଏବଂ ମନୋରଞ୍ଜନ କ୍ଷେତ୍ରର ଶକ୍ତିଶାଳୀ ମହିଳା ମାନଙ୍କୁ ନେଇ ଫୋର୍ବ୍ସ ପକ୍ଷରୁ ଏହି ତାଲିକା କରାଯାଇଥାଏ ।

{"id":197111,"sizeSlug":"large"}

ଫୋର୍ବ୍ସ  ମୋଷ୍ଟ ପାୱାରଫୁଲ୍ ଓମ୍ୟାନ ତାଲିକାରେ  ଦ୍ୱିତୀୟ ସ୍ଥାନରେ ୟୁରୋପିଆନ ସେଣ୍ଟ୍ରାଲ ବ୍ୟଙ୍କର ଏମ୍‌ଡି ଖ୍ରୀଷ୍ଟିଆନେ ଲାଗାର୍ଡେ । ତେବେ ପୂର୍ବରୁ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ମୁଖ୍ୟ ଥିବା ଖ୍ରୀଷ୍ଟିଆନେ ତାଙ୍କ ପ୍ରଦର୍ଶନ ପାଇଁ ବେଶ୍ ପ୍ରସଂସିତ । ସେ ଗତ ବର୍ଷ ଫୋର୍ବ୍ସ ତାଲିକାରେ ୨୨ ତମ ସ୍ଥାନରେ ଥିଲେ ।

{"id":197112,"sizeSlug":"large"}

ସେହିପରି  ସ୍ଥାନ ପାଇଥିବା ବିଶିଷ୍ଟ ମହିଳାଙ୍କ ଭିତରେ ଅଛନ୍ତି, ୪୦ ନମ୍ବରରେ ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟ, ୪୨ ନମ୍ବରରେ ଇଭାଙ୍କା ଟ୍ରମ୍ପ ଏବଂ  ଶହେ ନମ୍ବରରେ ପରିବେଶବିତ୍ ଗ୍ରେଟା ଥନବର୍ଗ । କିନ୍ତୁ ଟିନ୍ େଜର ଗ୍ରେଟା ଟାଇମ୍ସ ପର୍ସନ ଅଫ ଦି ଇୟର ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.